Masthead

ରାଜନୈତିକ ହିଂସା, ଅନୁଗୁଳରେ ବୁଲିଲା ଖଣ୍ଡା, କଟୁରୀ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା । ଅନୁଗୁଳ ଛେଣ୍ଡିପଦାରୁ ଆସିଲା ରାଜନୈତିକ ହିଂସାର ଚିତ୍ର । ବିଜେଡି କର୍ମୀଙ୍କୁ ବିଜେପି ନେତା ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ, ଗୁରୁତର ଅବସ୍ଥାରେ ବିଜେଡି କର୍ମୀଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି । ଗୁରୁତର ବିଜେଡି କର୍ମୀ ଜଣକ ଛେଣ୍ଡିପଦା ହାଣ୍ଡିଗୁଡା ଗାଁର ଗୋବିନ୍ଦ ପ୍ରଧାନ ବୋଲି ଜଣାପଡିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ହାଣ୍ତିଗୁଡା ଗ୍ରାମର ଶତୃଘ୍ନ ଗୋଛାୟତ ଗାଁ କୋଠଘରେ ଶୋଇଥିବା ବେଳେ ଗ୍ରାମର ଦୟାନିଧି ସାହୁ କୋଠ ଘରେ ପହଞ୍ଚି ଏଠାରେ କାହିଁକି ଶୋଇଛୁ କହି ଶତୃଘ୍ନଙ୍କୁ ଗାଳିଗୁଳଜ କରିବା ସହିତ ମାଡପିଟ କରିଥିଲେ । ତେବେ ଏହା ଦେଖି ଗ୍ରାମର ଗୋବିନ୍ଦ ପ୍ରଧାନ ଦୟାନିଧିଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲେ ଏବଂ ଉଭୟ ସେଠାରୁ ନିଜନିଜ ଘରକୁ ପଳାଇଥିଲେ । ଏହାର କିଛି ସମୟ ପରେ ଦୟାନିଧି ସାହୁ ଦଃଶାସନ ବେହେରା, ସୁନିଲ ପ୍ରଧାନ, ତ୍ରଇଲୋକ୍ୟ ପ୍ରଧାନ ଖଣ୍ତା କଟୁରୀ ନେଇ ଗୋବିନ୍ଦଙ୍କ ଘରକୁ ପହଞ୍ଚି ଗୋବିନ୍ଦଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଗୋବିନ୍ଦ ଗୁରୁତର ଆହତ ହୋଇ ପଡିଯିବାରେ ସମସ୍ତେ ସେଠାରୁ ଫେରାର ହୋଇ ଯାଇଥିଲେ । ଏହା ଦେଖି ପରିବାର ଲୋକେ ତୁରନ୍ତ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଗୋବିନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ