Masthead

ରାଜନୈତିକ ହିଂସା, ଅନୁଗୁଳରେ ବୁଲିଲା ଖଣ୍ଡା, କଟୁରୀ

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା । ଅନୁଗୁଳ ଛେଣ୍ଡିପଦାରୁ ଆସିଲା ରାଜନୈତିକ ହିଂସାର ଚିତ୍ର । ବିଜେଡି କର୍ମୀଙ୍କୁ ବିଜେପି ନେତା ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ, ଗୁରୁତର ଅବସ୍ଥାରେ ବିଜେଡି କର୍ମୀଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି । ଗୁରୁତର ବିଜେଡି କର୍ମୀ ଜଣକ ଛେଣ୍ଡିପଦା ହାଣ୍ଡିଗୁଡା ଗାଁର ଗୋବିନ୍ଦ ପ୍ରଧାନ ବୋଲି ଜଣାପଡିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଏହି ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ହାଣ୍ତିଗୁଡା ଗ୍ରାମର ଶତୃଘ୍ନ ଗୋଛାୟତ ଗାଁ କୋଠଘରେ ଶୋଇଥିବା ବେଳେ ଗ୍ରାମର ଦୟାନିଧି ସାହୁ କୋଠ ଘରେ ପହଞ୍ଚି ଏଠାରେ କାହିଁକି ଶୋଇଛୁ କହି ଶତୃଘ୍ନଙ୍କୁ ଗାଳିଗୁଳଜ କରିବା ସହିତ ମାଡପିଟ କରିଥିଲେ । ତେବେ ଏହା ଦେଖି ଗ୍ରାମର ଗୋବିନ୍ଦ ପ୍ରଧାନ ଦୟାନିଧିଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲେ ଏବଂ ଉଭୟ ସେଠାରୁ ନିଜନିଜ ଘରକୁ ପଳାଇଥିଲେ । ଏହାର କିଛି ସମୟ ପରେ ଦୟାନିଧି ସାହୁ ଦଃଶାସନ ବେହେରା, ସୁନିଲ ପ୍ରଧାନ, ତ୍ରଇଲୋକ୍ୟ ପ୍ରଧାନ ଖଣ୍ତା କଟୁରୀ ନେଇ ଗୋବିନ୍ଦଙ୍କ ଘରକୁ ପହଞ୍ଚି ଗୋବିନ୍ଦଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଗୋବିନ୍ଦ ଗୁରୁତର ଆହତ ହୋଇ ପଡିଯିବାରେ ସମସ୍ତେ ସେଠାରୁ ଫେରାର ହୋଇ ଯାଇଥିଲେ । ଏହା ଦେଖି ପରିବାର ଲୋକେ ତୁରନ୍ତ ଗୋବିନ୍ଦଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଗୋବିନ୍ଦଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲ୍ଲା ଡାକ୍ତରଖାନାକୁ ପଠାଇ ଦେଇଛନ୍ତି । ଏନେଇ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା