Masthead

ଖାଇଗଲେ କୁନି ଛୁଆଙ୍କ ଖାଦ୍ୟ

ଚାନ୍ଦବାଲି, (ବଡ଼ ଖବର ବ୍ୟୁରୋ): ଅପପୃଷ୍ଟି ରୋକିବାକୁ ସରକାରୀ ସ୍ତରରେ ଚାଲିଛି ଜୋରଦାର ଉଦ୍ୟମ । ଅଙ୍ଗନୱାଡ଼ି ମାଧ୍ୟମରେ ସରକାର ଯୋଗାଇ ଦେଉଛନ୍ତି ଖାଦ୍ୟ, ଖେଳନା ପ୍ରଭୃତି ଅନେକ କିଛି । ଏ ବାବଦରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । କାର୍ଯ୍ୟକ୍ରମ ସୁପରିଚାଳନା ଦାୟିତ୍ୱରେ ଅଛନ୍ତି ସରକାରୀ ବାବୁ । ସେମାନେ ରାଜକୋଷରୁ ପାଉଛନ୍ତି ମୋଟା ଅଙ୍କର ଦରମା । ତଥାପି ସେମାନଙ୍କ ପେଟ ପୂରିଲାନି ଯେ କୁନି କୁନି ପିଲାଙ୍କ ଖାଦ୍ୟ ଖାଇଦେଉଥିବା ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକ ଛତ୍ରପଦା ଗ୍ରାମରୁ ।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରକୁ ସରକାରଙ୍କ ତରଫରୁ ଆସୁଥିବା ଖାଦ୍ୟ ସାମଗ୍ରୀ ବଣ୍ଟନରେ ଅନିୟମିତତା ହେଉଥିବା ବାରମ୍ବାର ଗାଁ ଲୋକେ ଅଭିଯୋଗ କରିଆସୁଥିଲେ । ସେମାନେ ସୁପରଭାଇଜର ଓ ସିଡିପିଓଙ୍କୁ ଜଣାଇଥିଲେ । ମାତ୍ର କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସିଡିପିଓ ଅଫିସ ଆଗରେ ଧାରଣାରେ ବସିଲେ ଗ୍ରାମବାସୀ। ସରକାରୀ ନିୟମ ଅନୁସାରେ ପିଲାମାନଙ୍କ ପାଇଁ ଯାହା ଖାଦ୍ୟ ସାମଗ୍ରୀର ଆସୁଛି, ସୂଚାରୁ ରୂପେ ଦିଆଯାଉଛି । ଏଥିରେ କୌଣସି ଅନିୟମିତତା ହେଉନାହିଁ । ଲୋକମାନେ ମିଛ ଅଭିଯୋଗ କରୁଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି ଅଙ୍ଗନବାଡ଼ି କର୍ମୀ ଯଶୋଦା ମଲ୍ଲିକ । ସିଡିପିଓ ଅନୁପସ୍ଥିତ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼