Masthead

ଅସ୍ତରଙ୍ଗ ମାଟିତଳେ ଲୁଚି ରହିଛି ତୈଳ ଓ ପ୍ରାକୃତିକ ଗ୍ୟାସ

ଅସ୍ତରଙ୍ଗ, (ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନଇଁଗୁଆଁ, ବେଗୁନିଆବସ୍ତ ଓ ପାଟଣାର ଚାଷଜମିରେ ତୈଳ ଓ ଗ୍ୟାସ ସନ୍ଧାନ ପାଇଁ ସର୍ଭେ ଚାଲିଛି । ଆନ୍ଧ୍ରପ୍ରଦେଶ ଓ କୋଲକାତାର ଠିକାସଂସ୍ଥା ସର୍ଭେ କାମ ଜାରି ରଖିଛନ୍ତି । ସାଟେଲାଇଟ ଚିତ୍ର ମାଧ୍ୟ୍ୟମରେ ଏହି ପ୍ରକ୍ରିୟା ଆଗେଇ ଚାଲିଛି । ଏଠାରେ ଯଦି ସଫଳ ହୁଏ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହ ଲୋକେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ।

 

ସର୍ଭେ ହେଉଥିବା ଅଞ୍ଚଳରେ ମାଟି ତଳକୁ ବୋରିଂ ହୋଇ ଶହେ ଫୁଟ ଖୋଳାଯାଉଛି । ଅସ୍ତରଙ୍ଗ ପାଟଣା ଖେଳ ପଡ଼ିଆ ନିକଟରେ ଥିବା ବୈଦ୍ୟୁତିକ ଗାଡିରୁ ଶହ ଶହ ମିଟର କେବୁଲ ବିଛାଯାଇଛି । ସେଥିରେ ବିଭିନ୍ନ ଡିକ୍ଟେଟର ଲଗାଯାଇଛି । ବୋରୱେଲ ମାଟିତଳକୁ ଡିନାମାଇଟ୍ ପଠାଯାଇଛି । ବିଦ୍ୟୁତ ସଂଯୋଗ କରାଯାଇ ବିସ୍ଫୋରଣ କରାଯାଉଛି । ବିସ୍ଫୋରଣ ସ୍ଥାନକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ