Masthead

ବକେୟା ଟଙ୍କା ହେଲା କାଳ

ବାଲିଆପାଳ, (ବଡ଼ ଖବର ବ୍ୟୁରୋ): ଅଭାବ ଓ ସମସ୍ୟା ପ୍ରାୟ ପ୍ରତିଟି ମଣିଷର ଚିର ସହଚର । ଏହାରି ଭିତରେ ମଣିଷ ସଂଘର୍ଷ କରେ । ବଞ୍ଚେ ଓ ନୂତନ ରାହାର ସନ୍ଧାନରେ ଲାଗିପଡ଼େ । କିନ୍ତୁ ବକେୟା ରଖିଥିବା ଟଙ୍କା ପରିଶୋଧ କରିବା ପରିବର୍ତ୍ତେ ଜଣକର ଜୀବନ ନେବା ଘଟଣା ସିଂଲା ଥାନା ଅନ୍ତର୍ଗତ ସାଉଡ଼ି ଗ୍ରାମରେ ଘଟିଛି ।

ସାଉଡ଼ି ଗ୍ରାମର ବୈଦ୍ୟନାଥ ମଲ୍ଲିକଙ୍କ ପୁଅ ପ୍ରଭାକର ବସ୍ତା ଏସଡିପିଓଙ୍କୁ ଗୁରୁତର ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ୪ଦିନ ତଳେ ବୈଦ୍ୟନାଥଙ୍କୁ ସାଉଡ଼ି ଗ୍ରାମର ଅକ୍ଷ ୟ ମାଝୀ, ଭରତ ମହାନ୍ତି, କାହ୍ନୁ ଚରଣ ନାୟକ, ହରେକୃଷ୍ଣ ମଲ୍ଲିକ, ପ୍ରହ୍ଲାଦ ପଟାୟତ ପ୍ରମୁଖ ଭୁଟୁଭୁଟି ରେ ମାଛ ଧରିବାକୁ ଡାକିଥିଲେ । ସେମାନଙ୍କ ସହ ମାଛ ଧରିବାକୁ ଯିବା ପୂର୍ବରୁ ଅକ୍ଷୟ ମାଝୀ ରଖିଥିବା ବୈଦ୍ୟନାଥଙ୍କ ବକେୟା ୧,୨୭୦୦୦ ହଜାର ଟଙ୍କା ମାଗିଥିଲେ । କିଛିଦିନ ପରେ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଅକ୍ଷୟ । ପରେ ସମସ୍ତେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।

୧୪ ତାରିଖ ରାତିରେ ଅନ୍ୟ ଜଣେ ମସ୍ୟଜୀବୀ ବୈଦ୍ୟନାଥଙ୍କ ଘରେ ପହଞ୍ଚି ଦୁଃଖଦ ଖବର ଦେଇଥିଲେ । ବୈଦ୍ୟନାଥ ଅସୁସ୍ଥ ଥିବା ସେ କହିଥିଲେ । ଖବର ପାଇ ପ୍ରଭାକର ଡଙ୍ଗାଘାଟରେ ପହଞ୍ଚି ଥିଲେ । ବୈଦ୍ୟନାଥ ଡଙ୍ଗା ଭିତରେ ପଡିଥିବା ତାଙ୍କ ପୁଅ ପ୍ରଭାକର ଦେଖିଲେ । ମୁଣ୍ଡ ଓ ହାତରେ ଶକ୍ତ ଆଘାତ ଲାଗିଥିବାର ଦେଖି କାରଣ ପଚାରିବାରୁ କେହି କିଛି ନକହି ଚାଲିଯାଇଥିଲେ । ଚେତାଶୂନ୍ୟ ହୋଇଯାଇଛନ୍ତି ଶୀଘ୍ର ଡାକ୍ତରଖାନା ନେଇଯାଅ ବୋଲି ସାଥୀ ମତ୍ସ୍ୟଜୀବୀମାନେ ପରାମର୍ଶ ଦେଇଥିଲେ । ବୈଦ୍ୟନାଥଙ୍କୁ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ବୈଦ୍ୟନାଥଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବକେୟା ୧,୨୭୦୦୦ ହଜାର ଟଙ୍କା ପାଇଁ କୌଣସି ଗଣ୍ଡଗୋଳ ଘଟିବା ପରେ ବୈଦ୍ୟନାଥଙ୍କୁ ମାରି ଦିଆଯାଇଥିବା ପୁଅ ପ୍ରଭାକର ବାହାବଳପୁର ମେରାଇନ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ । ମାତ୍ର ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ବସ୍ତା ଏସଡିପିଓଙ୍କୁ ଶନିବାର ଅଭିଯୋଗ କରିଛନ୍ତି। ତଥାପି ସୁଫଳ ପାଇନାହାନ୍ତି ପ୍ରଭାକର । ଏବେ ନ୍ୟାୟ ଖୋଜୁଛନ୍ତି ପ୍ରଭାକର । ସେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା