Masthead

କାଲିଠୁ ଟିଟ୍ୱେଣ୍ଟି ମହାସମର, ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କାଲିଠୁ ଅରମ୍ଭ ହେବ ଟି-୨୦ ବିଶ୍ୱକପ । ଏହି ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ବାଂଲାଦେଶ ‌ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବ। ଆଭିଯାନ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟର୍ ମାନେ ନ୍ୟୁୟର୍କରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଜୁନ ୫ରେ ଭାରତ ଏହାର ପ୍ରଥମ ମ୍ୟାଚ୍ ଆର୍ୟଲ୍ୟାଣ୍ଡ ବିପକ୍ଷରେ ଖେଳିବ । ୯ ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ‌ତଥାପି ଅନ୍ୟ ୧୪ଜଣଙ୍କୁ ଏହି ମ୍ୟାଚ୍‌ ଜରିଆରେ ନିଜନିଜର ସାମର୍ଥ୍ୟକୁ ପରଖିବା ପାଇଁ ଉତ୍କୃଷ୍ଟ ସମୟ ହେବ।

କୋହଲିଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୟସ୍ବାଲ୍‌ ପ୍ରାରମ୍ଭିକ ବ୍ୟାଟିଂ କ୍ରମ ପାଇଁ‌ କେତେ ଉପଯୁକ୍ତ ତାହା ପ୍ରମାଣିତ କରିବା ପାଇଁ ମଧ୍ୟ ଭଲ ସୁଯୋଗ ରହିଛି। ସେହିପରି ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ମଧ୍ୟ ଅଭ୍ୟାସ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ଆମେରିକା ଓ ଭାରତର ଟାଇମ୍‌ ଜୋନ୍‌ ଭିନ୍ନଭିନ୍ନ ରହୁଥିବାରୁ କେଉଁ ସମୟରେ ଖେଳ ଦେଖିହେବ ତାହାକୁ ନେଇ ପ୍ରଶଂସକମାନେ ବ୍ୟଗ୍ର ଅଛନ୍ତି। ଆମେରିକା‌ର ସ୍ଥାନୀୟ ସମୟ ଦିନ ୧୦.୩୦ରେ ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। କିନ୍ତୁ ଭାରତରେ ଏହି ମ୍ୟାଚ୍‌କୁ ରାତି ୮ଟାରେ ଷ୍ଟାର୍‌ ସ୍ପୋର୍ଟ୍ସ ଓ ଡିଜ୍‌ନି+ହଟ୍‌ଷ୍ଟାର୍‌ରେ ସିଧାପ୍ରସାରଣ ଦେଖିହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼