Masthead

ଅଲୌକିକ ଉର୍ଜାର ଅନୁଭବ ହେଲା: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସରିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ । କନ୍ୟାକୁମାରୀ ବିବେକାନନ୍ଦ ରକରେ ଧ୍ୟାନରେ ବସିଥିଲେ ମୋଦି ।  ଧ୍ୟାନ ସଂପୂର୍ଣ୍ଣ ହେବା ପରେ ପ୍ରଧାନମନ୍ତ୍ରୀଙ୍କର ଏକ ବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଯେଉଁଥିରେ ମୋଦି ଲେଖିଛନ୍ତି ବିବେକାନନ୍ଦ ରକକୁ ଆସି ମୋତେ ଅଦ୍ଭୁତ ଓ ଅଲୌକିକ ଉର୍ଜାର ଅନୁଭବ ହେଲା । ଏହି ଶିଳା ଉପରେ ମାଆ ପାର୍ବତୀ ଏବଂ ସ୍ୱାମୀ ବିବେକାନନ୍ଦ ତପସ୍ୟା କରିଥିଲେ ।

ପରବର୍ତ୍ତୀ ସମୟରେ ଏକନାଥ ରାନାଡ଼େ ଏହି ସ୍ମାରକ ଭାବେ ବିବେକାନନ୍ଦଙ୍କ ଚିନ୍ତାଧାରାକୁ ଜୀବନ୍ତ କରିଥିଲେ । ଆଧ୍ୟାତ୍ମିକ ନବଜାଗରଣର ପ୍ରଣେତା ବିବେକାନନ୍ଦ ମୋ ଆଦର୍ଶ, ମୋ ଉର୍ଜା ଓ ମୋ ସାଧନାର ସ୍ରୋତ ରହିଆସିଛନ୍ତି ।ବହୁ ବର୍ଷ ପୂର୍ବରୁ ସାରାଦେଶ ଭ୍ରମଣ ପରେ ସେ ଯେତେବେଳେ ଏଠାରେ ଧ୍ୟାନ କରିଥିଲେ, ଭାରତର ପୁନରୁତ୍ଥାନ ପାଇଁ ତାଙ୍କୁ ନୂଆ ଦିଶା ମିଳିଥିଲା ।

ଏହା ମୋର ସୌଭାଗ୍ୟ ଯେ, ବହୁ ବର୍ଷ ପରେ ଯେତେବେଳେ ସ୍ୱାମୀ ବିବେକାନନ୍ଦଙ୍କ ମୂଲ୍ୟବୋଧ ଓ ଆଦର୍ଶ ଅନୁସାରେ ତାଙ୍କର ସ୍ୱପ୍ନର ଭାରତ ରୂପ ନେଉଛି, ସେତେବେଳେ ମୋତେ ଏହି ପବିତ୍ର ସ୍ଥଳରେ ସାଧନାର ସୁଯୋଗ ମିଳିଲା । ଆଉ ଏଠି ମୋତେ ଅଦ୍ଭୁତ ଓ ଅଲୌକିକ ଉର୍ଜାର ଅନୁଭବ ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!