Masthead

ଅଲୌକିକ ଉର୍ଜାର ଅନୁଭବ ହେଲା: ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସରିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ । କନ୍ୟାକୁମାରୀ ବିବେକାନନ୍ଦ ରକରେ ଧ୍ୟାନରେ ବସିଥିଲେ ମୋଦି ।  ଧ୍ୟାନ ସଂପୂର୍ଣ୍ଣ ହେବା ପରେ ପ୍ରଧାନମନ୍ତ୍ରୀଙ୍କର ଏକ ବାର୍ତ୍ତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଯେଉଁଥିରେ ମୋଦି ଲେଖିଛନ୍ତି ବିବେକାନନ୍ଦ ରକକୁ ଆସି ମୋତେ ଅଦ୍ଭୁତ ଓ ଅଲୌକିକ ଉର୍ଜାର ଅନୁଭବ ହେଲା । ଏହି ଶିଳା ଉପରେ ମାଆ ପାର୍ବତୀ ଏବଂ ସ୍ୱାମୀ ବିବେକାନନ୍ଦ ତପସ୍ୟା କରିଥିଲେ ।

ପରବର୍ତ୍ତୀ ସମୟରେ ଏକନାଥ ରାନାଡ଼େ ଏହି ସ୍ମାରକ ଭାବେ ବିବେକାନନ୍ଦଙ୍କ ଚିନ୍ତାଧାରାକୁ ଜୀବନ୍ତ କରିଥିଲେ । ଆଧ୍ୟାତ୍ମିକ ନବଜାଗରଣର ପ୍ରଣେତା ବିବେକାନନ୍ଦ ମୋ ଆଦର୍ଶ, ମୋ ଉର୍ଜା ଓ ମୋ ସାଧନାର ସ୍ରୋତ ରହିଆସିଛନ୍ତି ।ବହୁ ବର୍ଷ ପୂର୍ବରୁ ସାରାଦେଶ ଭ୍ରମଣ ପରେ ସେ ଯେତେବେଳେ ଏଠାରେ ଧ୍ୟାନ କରିଥିଲେ, ଭାରତର ପୁନରୁତ୍ଥାନ ପାଇଁ ତାଙ୍କୁ ନୂଆ ଦିଶା ମିଳିଥିଲା ।

ଏହା ମୋର ସୌଭାଗ୍ୟ ଯେ, ବହୁ ବର୍ଷ ପରେ ଯେତେବେଳେ ସ୍ୱାମୀ ବିବେକାନନ୍ଦଙ୍କ ମୂଲ୍ୟବୋଧ ଓ ଆଦର୍ଶ ଅନୁସାରେ ତାଙ୍କର ସ୍ୱପ୍ନର ଭାରତ ରୂପ ନେଉଛି, ସେତେବେଳେ ମୋତେ ଏହି ପବିତ୍ର ସ୍ଥଳରେ ସାଧନାର ସୁଯୋଗ ମିଳିଲା । ଆଉ ଏଠି ମୋତେ ଅଦ୍ଭୁତ ଓ ଅଲୌକିକ ଉର୍ଜାର ଅନୁଭବ ହେଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା