Masthead

୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାଇଘର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରୁ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଫରସଗାଓଁ ପୁଲିସ ଆଜି ଚଢାଉ କରି ଏକ ବାଇକ ସହ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହିତ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଯୁବକ ଜଣକ ରାଇଘରର ଆସୀମ ରାୟଙ୍କ ପୁଅ ଅଭିଷେକ ରାୟ ବୋଲି ପୁଲିସ ପ୍ରକାଶ କରିଛି । ଗତ କାଲି ସକାଳୁ ଛତିଶଗଡ଼ ଅନ୍ତର୍ଗତ କୋଣ୍ଡାଗାଁ ଜିଲ୍ଲାର ଫରସଗାଓଁ ପୁଲିସ ଓଡ଼ିଶାରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଫରସଗାଓଁ ରାସ୍ତାରେ ଯାଞ୍ଚ କରୁଥିବାବେଳେ ଏକ ବାଇକରେ ଅଭିଷେକ ରାୟ ବ୍ୟାଗରେ ଗଞ୍ଜେଇ ନେଇ ଯିବା ସମୟରେ ଧରା ପଡ଼ିଥିଲେ ।

ପୁଲିସ ବାଇକଟିକୁ ଅଟକାଇ ଯାଞ୍ଚ କରିବା ବେଳେ ଅଭିଷେକ ନିକଟରୁ ୨୯ କିଲୋ ଗଞ୍ଜେଇ ଭର୍ତ୍ତି ଥିବା ଏକ ବ୍ୟାଗ ପୁଲିସ ହାତରେ ପଡିଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଥିବା ବେଳେ ଉକ୍ତ ଗଞ୍ଜେଇ ବ୍ୟାଗ ଓ ବାଇକଟିକୁ ଜବତ କରିବା ସହିତ ଅଭିଷେକ ରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏ ନେଇ ଫରସଗାଓଁ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼