Masthead

ମ୍ଯାଲେରିଆ  ନେଲାଣି ୩ ମୁଣ୍ତ

ପଦ୍ମପୁର,(ବଡ଼ ଖବର ବ୍ୟୁରୋ):
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ହର୍ଡାଟାଲ ଗ୍ରାମରେ ମ୍ଯାଲେରିଆ ଜ୍ବର ମୃତ୍ୟୁର ଆତଙ୍କ ଖେଳାଇ ଦେଇଛି ।  ଜ୍ବରରେ ଗ୍ରାମର ଲୋଚନ ଏଣ୍ତଜା (୭୦),ସୀମା ଏଣ୍ତଜା (୮),ରାଜ କୁମାରୀ ତାଣ୍ଡି(୫୦)ଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ କୋଡିଏରୁ ଅଧିକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗାଁରେ ଚିକିତ୍ସିତ ହେଉଛନ୍ତି  ।
ହର୍ଡାଟାଲ ଗ୍ରାମ ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବାରୁ, ମ୍ଯାଲେରିଆ ପ୍ରବଣ ଅଂଚଳରେ ଆସିଥାଏ । ଶିକ୍ଷା,ସଚେତନତା ଅଭାବରୁ କ୍ବାକ୍ ମାନଙ୍କର ଚିକିତ୍ସାରେ ବେଶି ବିଶ୍ବାସ ଓ ଭରସା କରନ୍ତି ଗ୍ରାମବାସୀ । ଆମେ ବୁକୁରାମୁଣ୍ତା ଗୋଷ୍ଠି ସ୍ବାସ୍ଥ୍ଯ କେଂଦ୍ରର ଡାକ୍ତର ସୌମ୍ଯ ରଂଜନ ଦାସଙ୍କୁ ଯୋଗାଯୋଗ କରିଥିଲୁ ।
ମ୍ଯାଲେରିଆ ଜନିତ ମୃତ୍ଯୁ ସଂପର୍କିତ ପ୍ରତିକ୍ରିୟା ନେବାରୁ ସେ ଚାଞ୍ଚଳ୍ଯକର ବୟାନ ଦେଇଥିଲେ । ଅଞ୍ଚଳର ଜଣେ ଡାକ୍ତର ମ୍ଯାଲେରିଆରେ ସରକାରୀ ଔଷଧ କାମ କରେ ନାହିଁ ବୋଲି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବାରୁ ଲୋକେ ଔଷଧ ଠିକ୍ ଭାବରେ ଖାଉ ନାହାନ୍ତି । ଫଳରେ ଏହା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଲଙ୍ଗ ଲାଷ୍ଟିଂ ଇଂସେକ୍ଟିସାଇଡ୍ ନେଟ୍ ମଶାରି ବଣ୍ଟନ କରା ଯାଇଛି,ଲୋକେ ଵ୍ୟଵ ହାର କରୁ ନାହାନ୍ତି । ଲୋକେ ଘର ଭିତରେ    ଡି.ଡି.ଟି ସିଞ୍ଚନ ଅନୁମତି ଦିଅନ୍ତି ନାହିଁ । ଫଳରେ ସିଞ୍ଚନ କାମ ବାଧା ପ୍ରାପ୍ତ ହୁଏ । ମ୍ଯାଲେରିଆ ଜନିତ ପ୍ରଥମ ମୃତ୍ଯୁ ଖବର ପରେ, ହର୍ଡାଟାଲରେ ରକ୍ତ ପରୀକ୍ଷା ଓ ଔଷଧ ବଣ୍ଟନ କରୁଥିବାର ଡାକ୍ତର ଦାସ କହିଲେ । ୩୦ ତାରିଖ ଦିନ, ଗ୍ରାମର ୧୪୫ ଜଣଙ୍କ ରକ୍ତ ନମୂନା ପରୀକ୍ଷାରୁ ୧୯ ଜଣଙ୍କ ମ୍ଯାଲେରିଆ ପୋଜିଟିଭ୍ ଥିବାରୁ ତାଙ୍କୁ ଔଷଧ ଦିଆ ଯାଇଥିବାର ସେ କହିଛନ୍ତି । ଆଶା କର୍ମୀ,ଅଂଗନୱାଡି କର୍ମୀ,ଏ.ଏନ୍ .ଏମ ଙ୍କୁ ତଦାରଖ ଦାୟିତ୍ବ ଦେଇଥିବାର କହିଛନ୍ତି ।

ଅନ୍ଯ ପଟେ ମ୍ଯାଲେରିଆ ଔଷଧ ଖାଇଲେ , ବାନ୍ତି ହେଉଥିବାରୁ, ମୁଣ୍ତ ବୁଲାଉ ଥିବାରୁ ଲୋକେ ମ୍ଯାଲେରିଆ ବଟିକା ସଠିକ ମାତ୍ରାରେ ଖାଉ ନ ଥିବାର  ଲୋକେ କହିଛନ୍ତି । ବାଧ୍ଯ ହୋଇ ସେମାନେ ବେସରକାରୀ ଚିକିତ୍ସା ଉପରେ ଧ୍ଯାନ ଦେଉଥିବାର କହିଛନ୍ତି ।

ହର୍ଡାଟାଲ ଗ୍ରାମ ବାସୀଙ୍କୁ ସଠିକ ମାର୍ଗ ଦର୍ଶନ କରି, ପରିବେଶ ସଫାସୁତୁରା କରି ମ୍ଯାଲେରିଆରୁ ମୁକ୍ତ କରିବା ପାଇଁ ପଦ୍ମପୁର ର ସଚେତନ ନାଗରିକ ମାନେ ଦାବି କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ