ମ୍ଯାଲେରିଆ  ନେଲାଣି ୩ ମୁଣ୍ତ

ପଦ୍ମପୁର,(ବଡ଼ ଖବର ବ୍ୟୁରୋ):
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ହର୍ଡାଟାଲ ଗ୍ରାମରେ ମ୍ଯାଲେରିଆ ଜ୍ବର ମୃତ୍ୟୁର ଆତଙ୍କ ଖେଳାଇ ଦେଇଛି ।  ଜ୍ବରରେ ଗ୍ରାମର ଲୋଚନ ଏଣ୍ତଜା (୭୦),ସୀମା ଏଣ୍ତଜା (୮),ରାଜ କୁମାରୀ ତାଣ୍ଡି(୫୦)ଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ କୋଡିଏରୁ ଅଧିକ ଲୋକ ଜ୍ବରରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗାଁରେ ଚିକିତ୍ସିତ ହେଉଛନ୍ତି  ।
ହର୍ଡାଟାଲ ଗ୍ରାମ ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବାରୁ, ମ୍ଯାଲେରିଆ ପ୍ରବଣ ଅଂଚଳରେ ଆସିଥାଏ । ଶିକ୍ଷା,ସଚେତନତା ଅଭାବରୁ କ୍ବାକ୍ ମାନଙ୍କର ଚିକିତ୍ସାରେ ବେଶି ବିଶ୍ବାସ ଓ ଭରସା କରନ୍ତି ଗ୍ରାମବାସୀ । ଆମେ ବୁକୁରାମୁଣ୍ତା ଗୋଷ୍ଠି ସ୍ବାସ୍ଥ୍ଯ କେଂଦ୍ରର ଡାକ୍ତର ସୌମ୍ଯ ରଂଜନ ଦାସଙ୍କୁ ଯୋଗାଯୋଗ କରିଥିଲୁ ।
ମ୍ଯାଲେରିଆ ଜନିତ ମୃତ୍ଯୁ ସଂପର୍କିତ ପ୍ରତିକ୍ରିୟା ନେବାରୁ ସେ ଚାଞ୍ଚଳ୍ଯକର ବୟାନ ଦେଇଥିଲେ । ଅଞ୍ଚଳର ଜଣେ ଡାକ୍ତର ମ୍ଯାଲେରିଆରେ ସରକାରୀ ଔଷଧ କାମ କରେ ନାହିଁ ବୋଲି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଥିବାରୁ ଲୋକେ ଔଷଧ ଠିକ୍ ଭାବରେ ଖାଉ ନାହାନ୍ତି । ଫଳରେ ଏହା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଲଙ୍ଗ ଲାଷ୍ଟିଂ ଇଂସେକ୍ଟିସାଇଡ୍ ନେଟ୍ ମଶାରି ବଣ୍ଟନ କରା ଯାଇଛି,ଲୋକେ ଵ୍ୟଵ ହାର କରୁ ନାହାନ୍ତି । ଲୋକେ ଘର ଭିତରେ    ଡି.ଡି.ଟି ସିଞ୍ଚନ ଅନୁମତି ଦିଅନ୍ତି ନାହିଁ । ଫଳରେ ସିଞ୍ଚନ କାମ ବାଧା ପ୍ରାପ୍ତ ହୁଏ । ମ୍ଯାଲେରିଆ ଜନିତ ପ୍ରଥମ ମୃତ୍ଯୁ ଖବର ପରେ, ହର୍ଡାଟାଲରେ ରକ୍ତ ପରୀକ୍ଷା ଓ ଔଷଧ ବଣ୍ଟନ କରୁଥିବାର ଡାକ୍ତର ଦାସ କହିଲେ । ୩୦ ତାରିଖ ଦିନ, ଗ୍ରାମର ୧୪୫ ଜଣଙ୍କ ରକ୍ତ ନମୂନା ପରୀକ୍ଷାରୁ ୧୯ ଜଣଙ୍କ ମ୍ଯାଲେରିଆ ପୋଜିଟିଭ୍ ଥିବାରୁ ତାଙ୍କୁ ଔଷଧ ଦିଆ ଯାଇଥିବାର ସେ କହିଛନ୍ତି । ଆଶା କର୍ମୀ,ଅଂଗନୱାଡି କର୍ମୀ,ଏ.ଏନ୍ .ଏମ ଙ୍କୁ ତଦାରଖ ଦାୟିତ୍ବ ଦେଇଥିବାର କହିଛନ୍ତି ।

ଅନ୍ଯ ପଟେ ମ୍ଯାଲେରିଆ ଔଷଧ ଖାଇଲେ , ବାନ୍ତି ହେଉଥିବାରୁ, ମୁଣ୍ତ ବୁଲାଉ ଥିବାରୁ ଲୋକେ ମ୍ଯାଲେରିଆ ବଟିକା ସଠିକ ମାତ୍ରାରେ ଖାଉ ନ ଥିବାର  ଲୋକେ କହିଛନ୍ତି । ବାଧ୍ଯ ହୋଇ ସେମାନେ ବେସରକାରୀ ଚିକିତ୍ସା ଉପରେ ଧ୍ଯାନ ଦେଉଥିବାର କହିଛନ୍ତି ।

ହର୍ଡାଟାଲ ଗ୍ରାମ ବାସୀଙ୍କୁ ସଠିକ ମାର୍ଗ ଦର୍ଶନ କରି, ପରିବେଶ ସଫାସୁତୁରା କରି ମ୍ଯାଲେରିଆରୁ ମୁକ୍ତ କରିବା ପାଇଁ ପଦ୍ମପୁର ର ସଚେତନ ନାଗରିକ ମାନେ ଦାବି କରନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ