Masthead

ଗଜରାଜଙ୍କ ଗୁଣ୍ଡାରାଜ

 

କେନ୍ଦୁଝର,  (ବଡ଼ ଖବର ବ୍ୟୁରୋ):

କେନ୍ଦୁଝର ରେ ଗୁଣ୍ଡାରାଜ ଚଲେଇଛନ୍ତି ଗଜରାଜ । କେନ୍ଦୁଝର ର ସଦର ରେଞ୍ଜ କୁ ଧସେଇ ପଶିଲେ ୧୩ ଟିକିଆ ଝାରଖଣ୍ଡି ହାତୀ ପଲ । ଏହି ହାତୀ ପଲ ରେ ଅଛନ୍ତି ଚାରୋଟି ଦନ୍ତା, ୬ ଟି ମାଈ ହାତୀ ସହ ତିନୋଟି ଛୋଟ ଛୁଆ ହାତୀ । ଶନିବାର ରାତିରେ ଏହି ହାତୀ ପଲ ସଦର ରେଞ୍ଜ ର ହରିହରପୁର ଓ ବାଘୁଆ ସାହି ହୋଇ ଆସି କେରି ଗାଁ କୁ ଧସେଇ ପଶିବା ସହ ଗାଁ ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି । ଏହି ହାତୀ ପଲ ଗତ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ ସମୟ ହେବ ହରିହରପୁର, ଡାବରଚୁଆ, ନୂଆଗାଁ, କ୍ଷୀରେଇଟାଙ୍ଗିରି ଓ ମୈଦାଲକେଲ ଆଦି ଗାଁ ର ବିଲକୁ ଧସେଇ ପଶି ଏକର ଏକର ବିଲର ଧାନ ଓ ପନିପରିବା ଖାଇ ଯିବା ସହ ପାଦରେ ଦଳି ଚକଟି ନଷ୍ଟ କରି ପକାଉଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ପଲ ଙ୍କ ଉପରେ କଡ଼ା ନଜର ରଖାଯାଇଛି । ବିଭାଗ ର କର୍ମଚାରୀ ଓ ଗାଁ ଲୋକେ ହାତୀ ତଡିବାକୁ ଚେଷ୍ଟା କରି ସୁଦ୍ଧା ବିଫଳ ହୋଇଛନ୍ତି । ହାତୀ କୁ ତଡିବା ବେଳେ ହାତୀ ମଧ୍ୟ ହିଂସ୍ର ହୋଇ ଲୋକଙ୍କୁ ମାରି ଗୋଡାଉଛି । ଏହି ଝାରଖଣ୍ଡି ହାତୀ ପଲ ଏବେ କେରି ଗାଁ ନିକଟରେ ଥିବା ଶିବ ମନ୍ଦିର ନିକଟ ଜଙ୍ଗଲରେ ଡେରା ପକାଇଛନ୍ତି । ଫଳରେ ଏହାର ଆଖପାଖ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହଜାର ହଜାର ସଂଖ୍ୟାରେ ଲୋକେ ହାତୀପଲ ଙ୍କୁ ଚାରିଆଡୁ ଘେରି ରହିଛନ୍ତି । ଏହି ହାତୀ ପଲ ଗତ କିଛି ଦିନ ହେବ ସଦର, ଚମ୍ପୁଆ ଓ ପାଟଣା ରେଞ୍ଜର ବିଭିନ୍ନ ଗାଁରେ ମଧ୍ୟ ପଶି ଆତଙ୍କ ଖେଳାଉଥିଲେ ଓ ଗତ କିଛି ଦିନ ହେବ ସଦର ରେଞ୍ଜ କୁ ଧସେଇ ପଶି ଆତଙ୍କ ସୃଷ୍ଟି କରିଚାଲିଛନ୍ତି । ସେପଟେ ବନ ବିଭାଗ ହାତୀ ପଲ ଙ୍କ ଉପରେ କଡ଼ା ନଜର ରଖିବା ସହ ହାତୀ ପଲ ଙ୍କୁ ଗାଁ ଠାରୁ ଦୂରେଇ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ତା ସହ ଲୋକମାନେ ମଧ୍ୟ ହାତୀ ଙ୍କୁ ଟେକା ପଥର ନମାରି ଉତ୍ତେଜିତ ନ କରିବାକୁ ବନ ବିଭାଗ ଲୋକଙ୍କୁ ସଜାଗ କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା