Masthead

‘ସବୁ ସେଇ ଜଗାର ଇଚ୍ଛା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଘଟିଲା ଅପେକ୍ଷାର ଅନ୍ତ । ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର । ଯାହାକୁ କୋଟି କୋଟି ଓଡ଼ିଆ ଅପେକ୍ଷା କରିଥିଲେ ସେଇ ମୁହୂର୍ତ୍ତ ଆଜି ଆସିଛି। ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଭକ୍ତଙ୍କ ପାଇଁ ଆଜି ସକାଳେ ଖୋଲିଛି ଶ୍ରୀମନ୍ଦିରର ୪ ଦ୍ୱାର। ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ନେଇ ରଖିଲେ ପ୍ରତିକ୍ରିୟା । ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବରୁ ପ୍ରଥମଟି କାର୍ଯ୍ୟକାରୀ ହୋଇଛି । ପ୍ରଥମ ପ୍ରସ୍ତାବ ଅନୁଯାୟୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି ।

ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ସରକାରଙ୍କ ଉପସ୍ଥିତିରେ ଆଜି ୪ ଦ୍ୱାର ଖୋଲାହେଲା । ମହାପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି, ମହାପ୍ରଭୁଙ୍କ ଇଚ୍ଛାରେ ସବୁକିଛି ହୁଏ । ଆଗାମୀ ଦିନରେ ଶୃଙ୍ଖଳିତ ଦର୍ଶନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଶ୍ରୀମନ୍ଦିରର ଭିତର ଓ ବାହାର ସ୍ଥିତି ଅନୁଧ୍ୟାନ କରିଛୁ । ଶ୍ରଦ୍ଧାଳୁଙ୍କ ଅସୁବିଧା ନହେବାକୁ ପଦକ୍ଷେପ ନିଆଗଲା । ଏଥିସହ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ହୋଇଛି । ନୀତିକାନ୍ତିରେ କେମିତି ବାଧା ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଧୀରେଧୀରେ ଅନ୍ୟାନ୍ୟ ସମସ୍ୟାର ବି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ