Masthead

ତିନି ଦିନରେ ମିଳିବ ଖୁସି ଖବର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ ମାତ୍ର ୩ ଦିନ ଅପେକ୍ଷା । ଚାଷୀ ହୋଇ ଯିବେ ଖୁସି । ମିଳିବ ୧୭ତମ କିସ୍ତି । କୃଷକଙ୍କ ଆକାଉଣ୍ଟକୁ ଆସିବ ୨ ହଜାର ଟଙ୍କା । ପିଏମ କୃଷକ ଯୋଜନାର ୧୭ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି ଦେଶର କୋଟି କୋଟି କୃଷକ । ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ ପରେ ମୋଦୀ କୃଷକଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି । ତେବେ ଆଗାମୀ ସପ୍ତାହରେ ଏହି ଯୋଜନାର ୧୭ତମ କିସ୍ତି ଜାରି କରିବା ନେଇ ମଧ୍ୟ ଘୋଷଣା ହୋଇଯାଇଛି ।

ଜୁନ୍ ୧୮ ତାରିଖରେ ଏହି ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଜାଣିବାକୁ ମିଳିଛି । । କେନ୍ଦ୍ରରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଢିବା ପରେ ଜୁନ୍ ୧୮ ତାରିଖରେ ପ୍ରଥମ ଥର ପାଇଁ ବାରାଣସୀ ଯାତ୍ରା କରିବେ । ଏଠାରେ ଏକ ସମ୍ବୋଧନ ସଭାରେ ଯୋଗ ଦେବା ସହିତ ପିଏମ କିସାନ ଯୋଜନାର ୧୭ତମ କିସ୍ତି ଜାରି କରିବେ ପିଏମ ମୋଦି । ଏହି ଯୋଜନାରେ ଦେଶର ମୋଟ ୯.୩ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯିବ ।

ତେବେ ଅନଲାଇନରେ କିପରି ଚେକ୍ କରିବେ ଷ୍ଟାଟସ?
୧. ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ
୨. ବେନିଫିସିଆରୀ ଷ୍ଟାଟସ ଅନଲାଇନ ପେଜକୁ ଯାଆନ୍ତୁ
୩. ଏହାପରେ ନିଜ ଆଧାର ନମ୍ବର ବା ଆକାଉଣ୍ଟ ନମ୍ବର ଦିଅନ୍ତୁ
୪. ବର୍ତ୍ତମାନ ‘ଗେଟ୍ ଡାଟା’ ଅପ୍ସନରେ କ୍ଲିକ କରନ୍ତୁ
୫. ଏହାପରେ ବେନିଫିସିଆରୀ ଷ୍ଟାଟସକୁ ଦେଖି କ୍ଲିକ କରନ୍ତୁ
୬. ଏହାପରେ ପେମେଣ୍ଟ ଷ୍ଟାଟସ ଚେକ୍ କରନ୍ତୁ ଏବଂ କ୍ଲିକ କରନ୍ତୁ
୭. ଏହି ପ୍ରକ୍ରିୟା ପୂରଣ ହେବା ପରେ ଆପଣଙ୍କ ସ୍କ୍ରିନରେ ବେନିଫିସିଆରୀ ଷ୍ଟାଟସ ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା