Masthead

ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ପ୍ରଦୀପ ପୁରୋହିତ

ବରଗଡ଼ (ବଡ଼ ଖବର ବ୍ୟୁରୋ):  ଓଡ଼ିଶାର ଭାତ ହାଣ୍ଡି ବରଗଡ଼ ଜିଲ୍ଲା । ଏଠିକାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । କେତେବେଳେ ରୋଗତ କେତେବେଳେ ପ୍ରାକୃତିକ ବିପର୍ୟୟ ପାଇଁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥାଏ । ହେଲେ ଏବେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆଜି ବରଗଡ଼ ଜିଲ୍ଲା ଅତାବିରା ଆରଏମସି ମାର୍କେଟ ୟାର୍ଡରେ କିପରି ଧାନ କିଣାବିକା ଚାଲିଛି ତାର ସ୍ଥିତି ସମୀକ୍ଷା କରିଛନ୍ତି ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ନିହାର ମହାନନ୍ଦ । ଏହା ସହ ଉଭୟ ନେତା ଚାଷୀଙ୍କ ସମସ୍ୟାକୁ ନେଇ ଅତାବିରା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଡୋଲାମଣି ପୁରୋହିତଙ୍କ ସହ ଆଲାଚନା କରିଥିଲେ । ସେହିପରି ମଣ୍ଡିରେ ପଡ଼ି ରହିଥିବା ଧାନକୁ ଅତିଶିଘ୍ର ଉଠାଇବାକୁ ନିର୍ଦ୍ଦେଶ ଦେଉଛନ୍ତି । ଅନ୍ୟପଟେ ଭିକେ ପଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ ପୁରୋହିତ । କହିଛନ୍ତି ୫ଟି ନାଁରେ ଯେଉଁଭଳି ଖଣି ଖାଦାନ ଲୁଟ, ରାଜକୋଷରୁ ଲୁଟ୍ ହୋଇଛି ତାର ହିସାବ ଦେବାକୁ ପଡ଼ିବ । ଆଉ ଯେଉଁ ମାନଙ୍କନାଁ ଏଥିରେ ଥିବ ସେମାନଙ୍କୁ ଭାରତୀୟ ଜନତା ପାର୍ଟୀ ଜେଲ ପଠେଇବ । ଏହାସହ ପାଣ୍ଡିଆନ ହିସାବ ନଦେଇ ଓଡ଼ିଶା ଛାଡ଼ିଯାଇପାରିବେନି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।

ଅନ୍ୟପଟେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଚାଷୀ ସମାବେଶ ବୈଠକର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସଭାରେ ଚାଷୀ ନିଜର ଧାନ କିଣାବିକା ସମସ୍ୟାକୁ ଉଭୟ ନେତାଙ୍କୁ ଜଣାଇବା ସହ ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ସେହିପରି ଚାଷୀ ନେତା ବିରେନ୍ଦ୍ର କୁମାର କର କହିଛନ୍ତି ବିଜେପି ସରକାର ହେବାପରେ ଆମେ ଆଶା ରଖିଛୁ ଚାଷ ଓ ଚାଷୀର ଉନ୍ନତି ହେବ । ଆଗକୁ ଏମଏସପି ୩୧ ଶହ ହେଲେ ଚାଷୀ ଲାଭବାନ ହେବ । ସେପଟେ ଧାନ କୁଣ୍ଟାଲ ୩୧ଶହ ଟଙ୍କା ଘୋଷଣା ପରେ ଚାଷୀ ଉତ୍ସାହିତ ଥିବା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ