Masthead

ନନ୍ଦନକାନନ ରେ ନୂଆ ଅତିଥି

ବାରଙ୍ଗ, (ବଡ଼ ଖବର ବ୍ୟୁରୋ):   ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଖୁସି ଖବର । ଆଜି ଗୋଟିଏ ଦିନରେ ଗୋଟିକ ପରେ ଗୋଟିଏ ବିରଳ ପ୍ରଜାତିର ଦୁଇଟି ତୃଣଭୋଜି ପ୍ରାଣୀ ସାବକକୁ ଜନ୍ମ ଦେବା ପରେ ପ୍ରାଣୀ ଉଦ୍ୟାନ  ଖୁସିର ମାହୋଲ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ,ନନ୍ଦନକାନନ ପ୍ରାଣୀ  ଉଦ୍ୟାନଗୁରାଣ୍ଡି ଖୁଆଡରେ ଆଜି ଏକ ନବଜାତକ ଛୁଆଟି ଜନ୍ମ ଗ୍ରହଣ କରିଥିଲା।ଗତ କିଛି ଦିନ ତଳେ ଏହି ଖୁଆଡରେ ଗୋଟେ ଗୁରାଣ୍ଡି ଗୋଟିଏ ଛୁଆକୁ ଜନ୍ମ ଦେଇଥିବା ବେଳେ କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଏକ ଶାବକ ଜନ୍ମ ଗ୍ରହଣ କରିଛି।ବର୍ତ୍ତମାନ ନନ୍ଦନକାନନରେ ଏହି ନବଜନ୍ମିତ ସାବକକୁ ମିଶାଇ ଗୁରାଣ୍ଡିଙ୍କ ସଂଖ୍ୟା ୧୭ କୁ ଵୃଦ୍ଧି ପାଇଛି।ସେହିପରି ଆଜି ପୂର୍ବାହ୍ନରେ ଏକ ମଣିପୁରୀ ହରିଣ ମଧ୍ୟ ତାର ସାବକକୁ ଜନ୍ମ ଦେଇଛି।ନବଜନ୍ମିତ ଉଭୟ ଗୁରାଣ୍ଡି ଓ ମଣିପୁରୀ ହରିଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନନ୍ଦନକାନନ  କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ନନ୍ଦନକାନନରେ ଜନ୍ମିତ ମଣିପୁରୀ ହରିଣକୁ ମିଶାଇ ସଂଖ୍ୟା ୧୫ କୁ ଵୃଦ୍ଧି ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ