Masthead

ନିଟ୍ ଦୁର୍ନୀତି ମାମଲାରେ ମୁହଁ ଖୋଲିଲେ ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପିଏ ପ୍ରୀତମ କୁମାରଙ୍କ ଲିଙ୍କ ନିଟ ପେପର ଲିକ ସହ ରହିଥିବା ଅଭିଯୋଗ ହୋଇଛି । ଏନେଇ ରାଷ୍ଟ୍ରିୟ ଜନତା ଦଳ ଆରଜେଡି ନେତା ତେଜସ୍ୱୀ ଯାଦବ ଶୁକ୍ରବାର ଦିନ ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ନିନ୍ଦା କରିଛନ୍ତି । ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ମାମଲାର ରାଷ୍ଟ୍ରୀୟ ଜନତା ଦଳ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀଙ୍କ ହାତ ରହିଛି ବୋଲି ବିଜୟ କୁମାର ଅଭିଯୋଗ ଆଣିବା ପରେ ଏବେ ମୁହଁ ଖୋଲିଛନ୍ତି ତେଜସ୍ବୀ ଯାଦବ । ସେପଟେ ବିଜୟ ସିହ୍ନା ଙ୍କ ଅଭିଯୋଗ ପରେ ତଦନ୍ତକାରୀ ସଂସ୍ଥା ମଧ୍ୟ ତେଜସ୍ୱୀଙ୍କ ପିଏ ପ୍ରୀତମ କୁମାରଙ୍କୁ ଜେରା କରିବ ବୋଲି କୁହାଯାଉଛି ।

ସିହ୍ନା ଦାବି କରିଥିଲେ ଯେ ତେଜସ୍ୱୀ ଯାଦବଙ୍କ ସହଯୋଗୀ ପ୍ରୀତମ କୁମାର ବିହାର ସଡ଼କ ନିର୍ମାଣ ବିଭାଗ (ଆରସିଡି)ର ଜଣେ କର୍ମଚାରୀଙ୍କୁ ସିକନ୍ଦର ପ୍ରସାଦ ଯାଦେଭେଣ୍ଡୁଙ୍କ ପାଇଁ ଏକ କୋଠରୀ ବୁକ୍ କରିବା ପାଇଁ ଡାକିଥିଲେ । ସିକନ୍ଦର ପ୍ରସାଦ ଯାଦେଭେଣ୍ଡୁ ହେଉଛନ୍ତି ଜଣେ ଇଞ୍ଜିନିୟର, ଯିଏକି ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଜଣେ ମନ୍ତ୍ରୀ ଜୀଙ୍କ ସଂଯୋଗ ରହିଛି ବୋଲି ଖୁଲାସା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ