Masthead

ଚୌକି ଉପରୁ ତୁଟୁନି ମ୍ୟାଡାମଙ୍କ ମୋହ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଚୌକି ଉପରୁ ତୁଟୁନି ମ୍ୟାଡାମଙ୍କ ମୋହ । ରାୟଗଡ଼ ପୂର୍ବତନ ଜିଲା ଶ୍ରମ ଅଧିକାରିଣୀଙ୍କ ଚୌକି ଉପରୁ ମହୋ ତୁଟୁନି। ନିଲମ୍ବିତ ହୋଇ ତିନି ଦିନ ବିତିଗଲା ପରେ ମଧ୍ୟ ଶ୍ରମ କାର୍ଯ୍ୟାଳୟ ଚୌକି ବସିବା ମହଙ୍ଗା ପଡିଛି। ପୋଲିସ ଆସି କାର୍ଯ୍ୟାଳୟରୁ ବିଦା କରିବା ଭଳି ଘଟଣା ଦେଖିବାକୁ ମିଳିଛି। ସାରା ଓଡ଼ିଶାକୁ ଦୋହଲାଇଦେଲା ଭଳି ଦୁର୍ନୀତିର ପର୍ଦ୍ଦାଫାଶ ବଡ଼ ଖବରର କରିବା ପରେ ଶ୍ରମ ମନ୍ତ୍ରଣାଳୟ ମ୍ୟାଡମ ଜାସ୍ମିନ ଶୁଭଦର୍ଶନୀ ସାହୁଙ୍କୁ ନିଲମ୍ବନ କରିଛନ୍ତି।

ଗତ ୨୬ ତାରିଖରେ ନିଲମ୍ବନ ହୋଇଥିବା ଶ୍ରମ ଅଧିକାରିଣୀ ଜାସ୍ମିନ ପୁଣି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀଙ୍କ ଚୌକିରେ ବସିଥିବା ଦେଖିବାକୁ ମିଳିଥିଲା । ତେବେ ନିଲମ୍ବିତ ଅଧିକାରୀ ପୁଣି କାର୍ଯ୍ୟାଳୟକୁ ଆସିବା ପରେ ଚାଲିଥିବା ତଦନ୍ତରେ ବାଧା ଉପୁଜିପାରେ। ଏହାକୁ ନେଇ ଶ୍ରମ ବିଭାଗ କାର୍ଯ୍ୟାଳୟରୁ ପୁଲିସକୁ ସୂଚନା ଦିଆଯାଇଥିଲା। ଥାନାରୁ ପୁଲିସ୍ ଗୋଟିଏ ଟିମ ଆସି କାର୍ଯ୍ୟାଳୟରୁ ବାହାର କରୁଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରିକି ଆଗରେ ମ୍ୟାଡମଙ୍କ ଗାଡ଼ି ପଛରେ ପୁଲିସର ଗାଡିରେ ଯାଇ ସାଇପ୍ରୀୟା ନଗର ଘରେ ଛାଡି ଆସିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ