Masthead

ଓଡ଼ିଆ ଚଳଚ୍ଚିତ୍ର “କହିବିନି ତୋତେ I Love You”ର ମହୁରତ

କଟକ,(ବଡ଼ ଖବର ବ୍ୟୁରୋ):

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କହିବିନି ତତେ ଆଇ ଲଭ୍ ୟୁ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । କଟକରେ ହୋଟେଲ ଦି ବ୍ଲୁ ଲାଗୁନ୍‌ରେ ଆୟୋଜିତ ଏହି ମହୁରତ ଉତ୍ସବରେ ଉକ୍ତ ଚଳଚ୍ଚିତ୍ର ପାଇଁ ମନୋନୀତ ତାରକା ମାନଙ୍କ ସମେତ ପ୍ରଯୋଜକ , ନିର୍ଦ୍ଦେଶକ , ସଙ୍ଗୀତ ନିର୍ଦ୍ଦେଶକ ଏବଂ ସିନେମା ସହ ଜଡ଼ିତ କଳାକାର ଓ ଟେକ୍ନିସିଆନ୍ ମାନେ ଯୋଗ ଦେଇଥିଲେ ।

ତିତିଲି ପ୍ରଡକ୍ସନ୍ସ ଏଇ ଚଳଚ୍ଚିତ୍ର ତିଆରିରେ ସହଭାଗିତା କରିଛନ୍ତି ଏଲ୍.ଟି ପ୍ରଡକ୍ସନ । କାହାଣୀ ପରିକଳ୍ପନା ସହ ପ୍ରଯୋଜନା କରୁଛନ୍ତି ପ୍ରୀତିଶ୍ ମହାନ୍ତି । ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେବେ ଓଡ଼ିଆ ଆଲବମର ବେଶ୍ ଜଣାଶୁଣା କୋରିଓଗ୍ରାଫର୍ ଯୋଡ଼ି ଲୁବୁନ୍ – ଟୁବନ୍ । ସଂଳାପ ଲେଖୁଛନ୍ତି ବାପୁ ଗୋସ୍ବାମୀ । ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀଙ୍କ ରଚିତ ଗୀତଗୁଡ଼ିକର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର , ଅର୍ପିତା ଚୌଧୁରୀ ଏବଂ ଦୀପ୍ତିରେଖା ପାଢ଼ୀ । ଓଡ଼ିଆ ମ୍ୟୁଜିକାଲ୍ ଆଲବମରେ ଅନେକ ସଫଳ ଗୀତଦୃଶ୍ୟର ନିର୍ଦ୍ଦେଶନା ଓ କୋରିଓଗ୍ରାଫି କରିବା ସହ ଗୀତଦୃଶ୍ୟର ନାୟକ ସାଜିଥିବା ଲୁବୁନ୍ ପ୍ରଥମ ଥର ପାଇଁ ବଡ଼ପରଦାର ନାୟକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ତାଙ୍କ ବିପକ୍ଷର ନାୟିକା ସାଜିବେ ମୁମ୍ବାଇ ଅବସ୍ଥାପିତ ଉଦୀୟମାନ ଅଭିନେତ୍ରୀ ସୋନା । ଏ ଦୁହିଁଙ୍କ ବ୍ୟତୀତ ଏଇ ଚଳଚ୍ଚିତ୍ରରେ ଅର୍ପିତା କର , ସନ୍ଦୀପ ମିଶ୍ର , ରିଶ୍ନା , ସରୋଜ ଦାସ , ପ୍ରଭାତୀ ସାହୁ , ପୃଷ୍ଠା ପଣ୍ଡା , ଅଶୋକ ଦାସ , ମିଲି ମହାନ୍ତି , ଟନିଆ , ଡିସ୍କୋ ରେଡ୍ଡୀ , କାଳିଆ , ଗୁଡୁ , ମିଷ୍ଟର ଗୁଲୁଆ , କାଳିଆ ଷଣ୍ଡ , ଅଭିଷେକ ପ୍ରମୁଖ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି