Masthead

ଆଜି ଆସିବ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି

ପୁରୀ (ବଡ଼ ଖବର ବ୍ୟୁରୋ): କାଲି ଖୋଲିପାରେ ରତ୍ନଭଣ୍ଡାର । ଆଜି ଆସିବ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି । କେମିତି ରତ୍ନଭଣ୍ଡାର ଖୋଲାଯିବ, କିଏ କିଏ ସବୁ ଭିତରକୁ ଯିବେ ସେନେଇ ସ୍ପଷ୍ଟ ସୂଚନା ଆଜି ମିଳିପାରେ । ଗତ ୯ ତାରିଖରେ ରତ୍ନଭଣ୍ଡାର ଖୋଲିବାର ଦ୍ୱିତୀୟ ବୈଠକରେ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନେଇ ଦିନ ଧାର୍ୟ୍ୟ ହୋଇଥିଲା । କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଥିବା ଯାଞ୍ଚ କମିଟି ଅଧ୍ୟକ୍ଷ କହିଥିଲେ। କମିଟି ସୂଚନା ଅନୁସାରେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ । ଏହାପରେ କମିଟି ସଦସ୍ୟ ଭିତରକୁ ଯିବେ । କିନ୍ତୁ ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ । ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି । ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ ସଦସ୍ୟ । ଏହି ସମୟରେ ସମସ୍ତ ଟିମର ସହଯୋଗ ନିଆଯିବ । ସ୍ନେକ ହେଲପ ଲାଇନର ମଧ୍ୟ ସହଯୋଗ ନିଆଯିବ । ସେହିପରି ରତ୍ନଭଣ୍ଡାର ଯିବା ପୂର୍ବରୁ ଆଲୋକୀକରଣ ବ୍ୟବସ୍ଥା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ