Masthead

ରତ୍ନଭଣ୍ଡାର ଭିତରକୁ କିଏ ଯିବେ ?

ପୁରୀ (ବଡ଼ ଖବର ବ୍ୟୁରୋ): ୪୬ ବର୍ଷର ବ୍ୟବଧାନ ପରେ ଆଜି ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏଥିପାଇଁ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଗତକାଲି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଏସ୍ଓପିକୁ ମଞ୍ଜୁର କରିଥିଲେ ରାଜ୍ୟ ସରକାର। ଏହାପରେ ଏସ୍ଓପିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଗତକାଲି ରାତିରେ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ତଦାରଖ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖ । ତଦାରଖ ପରେ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ନୀତିକାନ୍ତିରେ ଯେପରି ବାଧା ନଉପୁଜେ, ସେଥିଲାଗି ଅସ୍ଥାୟୀ ଷ୍ଟଙ୍ଗରୁମ ଲାଗି ଉପଯୁକ୍ତ ସ୍ଥାନ ବାଛିଛୁ । ରତ୍ନଭଣ୍ଡାର ଖୋଲିବା ହେଉଛି ଆମର ପ୍ରାଥମିକତା । ସମସ୍ତ ପ୍ରକାର ପ୍ରସ୍ତୁତି ଠିକ୍ ଭାବେ ଚାଲିଛି।

ତେବେ କେମିତି ଖୋଲିବ ରତ୍ନଭଣ୍ଡାର । କେଉଁମାନେ ଭିତରକୁ ଯିବେ? ଭିତରେ କେଉଁ ପ୍ରକ୍ରିୟାରେ ଗଣତି ମଣତି ହେବ ସେ ସଂପର୍କରେ ଏସ୍ଓପିରେ ସ୍ପଷ୍ଟ କରାଯାଇଛି । ଏଥିପାଇଁ ଅଲଗା ଅଲଗା ବିଶେଷଜ୍ଞ ଟିମ୍ କରାଯାଇଛି । କେଉଁ ଟିମ୍ କେଉଁ କାମ କରିବ ତାହା ସ୍ପଷ୍ଟ ଦର୍ଶାଯାଇଛି । ମୁଖ୍ୟ ପ୍ରଶାସକ ଏ କାମକୁ ସଂଯୋଜନା ସହ ସମନ୍ୱୟ ଦାୟିତ୍ୱ ତୁଲାଇବେ । ଗଣତି ବେଳେ ରିଜର୍ଭ ବ୍ୟାଙ୍କ ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି ଉପସ୍ଥିତି ରହିବେ । ସମସ୍ତେ ଶୁଦ୍ଧପୁତ ଭାବେ ସମର୍ପଣ ଭାବ ନେଇ ଭଣ୍ଡାରକୁ ଯିବେ । ରତ୍ନଭଣ୍ଡାର ଭିତରକୁ ଯିବେ ହାଇପାୱାର କମିଟି ସଦସ୍ୟ, ଭଣ୍ଡାର ନାୟକ, ଦେଉଳ କରଣ, ମେଡିକାଲ ଟିମ୍ । ସ୍ନେକ ହେଲ୍‌ପ ଲାଇନ ସଦସ୍ୟ ଷ୍ଟାଣ୍ଡାବାଏ ରହିବେ । ଭଣ୍ଡାରରେ ଥିବା ସିନ୍ଦୁକ ସିଲ୍ କରି ବାହାରକୁ ଅଣାଯିବ । ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଖୋଲାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼