Masthead

କଟକ ଏସସିବି ମେଡିକାଲରେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ (ବଡ଼ ଖବର ବ୍ୟୁରୋ): ଅନିର୍ଦ୍ଦିଷ୍ଟ କାଳ ଯାଏଁ ହାଉସ ସର୍ଜନ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ । ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ମଧ୍ୟ ବିବାଦର ସମାଧାନ ହୋଇପାରୁନି । ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍‌ଡୋର ଓ ଆଉଟଡୋର୍‌ରେ ସେବା ବନ୍ଦ । ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ ପରସ୍ପରକୁ ଦୁର୍ବ୍ୟବହାର ଅଭିଯୋଗରେ ବିବାଦ । ଏସ୍‌ସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ । ସୋମବାର କଟକ ବଡ ମେଡିକାଲରେ ମେଡିସିନ ବିଭାଗରେ ରୋଗୀଙ୍କୁ ଦେଖିବା ସମୟରେ ଜଣେ ଡାକ୍ତର ଓ ନର୍ସଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାଫଳରେ ଏହି ବିବାଦ ଆରମ୍ଭ ହୋଇଛି ।

କଟକ ବଡ ଡାକ୍ତରଖାନାରେ କାର୍ଯ୍ୟରତ ପ୍ରାୟ ୨୫୦ ହାଉସ ସର୍ଜନ ଆଜି ଅନିଶ୍ଚିତକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । ନର୍ସଙ୍କ ସହ ଡାକ୍ତର ଦୁଃର୍ବବ୍ୟହାର କରିବାର ଅଭିଯୋଗ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଏହାର ଶାନ୍ତିପୂର୍ଣ୍ଣ ସାମାଧାନ ପାଇଁ ଅନୁରୋଧ କରିଛନ୍ତି ଉଭୟ ପକ୍ଷଙ୍କୁ । ସେ କହିଛନ୍ତି ଯେ ଉଭୟ ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ଏହି ବିବାଦ ଯୋଗୁଁ ସାଧାରଣ ରୋଗୀଙ୍କ ସେବା ବାଧାପ୍ରାପ୍ତ ହେବ । ତେବେ ଦେଖିବାକୁ ରହିଲା ସାଧାରଣରୁ ଅସାଧାରଣ ହୋଇ ସାରିଥିବା ଏହି ବିବାଦର କେବେ ପରିସମାପ୍ତି ଘଟୁଛି ଓ ସାଧାରଣ ରୋଗୀ ସେବା ପୁନଃ ସୁରୁଖୁରୁରେ ଚାଲୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର