Masthead

କଟକ ଏସସିବି ମେଡିକାଲରେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ (ବଡ଼ ଖବର ବ୍ୟୁରୋ): ଅନିର୍ଦ୍ଦିଷ୍ଟ କାଳ ଯାଏଁ ହାଉସ ସର୍ଜନ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ । ଅଧୀକ୍ଷକଙ୍କ ହସ୍ତକ୍ଷେପ ପରେ ମଧ୍ୟ ବିବାଦର ସମାଧାନ ହୋଇପାରୁନି । ଜରୁରୀକାଳୀନ ବିଭାଗକୁ ଛାଡ଼ି ଇନ୍‌ଡୋର ଓ ଆଉଟଡୋର୍‌ରେ ସେବା ବନ୍ଦ । ହାଉସ୍ ସର୍ଜନ, ନର୍ସିଂ ଷ୍ଟାଫ ପରସ୍ପରକୁ ଦୁର୍ବ୍ୟବହାର ଅଭିଯୋଗରେ ବିବାଦ । ଏସ୍‌ସିବି ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ । ସୋମବାର କଟକ ବଡ ମେଡିକାଲରେ ମେଡିସିନ ବିଭାଗରେ ରୋଗୀଙ୍କୁ ଦେଖିବା ସମୟରେ ଜଣେ ଡାକ୍ତର ଓ ନର୍ସଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାଫଳରେ ଏହି ବିବାଦ ଆରମ୍ଭ ହୋଇଛି ।

କଟକ ବଡ ଡାକ୍ତରଖାନାରେ କାର୍ଯ୍ୟରତ ପ୍ରାୟ ୨୫୦ ହାଉସ ସର୍ଜନ ଆଜି ଅନିଶ୍ଚିତକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । ନର୍ସଙ୍କ ସହ ଡାକ୍ତର ଦୁଃର୍ବବ୍ୟହାର କରିବାର ଅଭିଯୋଗ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଏହାର ଶାନ୍ତିପୂର୍ଣ୍ଣ ସାମାଧାନ ପାଇଁ ଅନୁରୋଧ କରିଛନ୍ତି ଉଭୟ ପକ୍ଷଙ୍କୁ । ସେ କହିଛନ୍ତି ଯେ ଉଭୟ ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ଏହି ବିବାଦ ଯୋଗୁଁ ସାଧାରଣ ରୋଗୀଙ୍କ ସେବା ବାଧାପ୍ରାପ୍ତ ହେବ । ତେବେ ଦେଖିବାକୁ ରହିଲା ସାଧାରଣରୁ ଅସାଧାରଣ ହୋଇ ସାରିଥିବା ଏହି ବିବାଦର କେବେ ପରିସମାପ୍ତି ଘଟୁଛି ଓ ସାଧାରଣ ରୋଗୀ ସେବା ପୁନଃ ସୁରୁଖୁରୁରେ ଚାଲୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’