Masthead

ଅଙ୍ଗନୱାଡି କେନ୍ଦ୍ର ପାଲଟିଛି ଭୂତ କୋଠରୀ

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କୋମଳମୋତି ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ସହ ସେମାନଙ୍କର ଭୌତିକ ବିକାଶ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଅଙ୍ଗନୱାଡି କେନ୍ଦ୍ର । ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉ ଥିବାବେଳେ କେମିତି ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅବ୍ୟବସ୍ଥା ଭିତରେ ଅଙ୍ଗନୱାଡି ହେଲପର ଘରେ ଚାଲିଛି ଶିଶୁଙ୍କ ବିକାଶ । ଛାତରୁ ଖସୁଛି ଖଣ୍ଡ ଖଣ୍ଡ ସିମେଣ୍ଟ । ବିପଦ ସଂକୁଳ ଓ ଅବ୍ୟବସ୍ଥାରେ ରହିଛି ଅଙ୍ଗନୱାଡି ଘର ।

ଏହି ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକର ଦାମାହୁଦା ପଞ୍ଚାୟତର ବେଲସରେଇ ଅଙ୍ଗନୱାଡି କେନ୍ଦ୍ରରେ । ସିମେଣ୍ଟ ଖଣ୍ଡ ଖଣ୍ଡ ହୋଇ ଖସୁ ଥିବା ଯୋଗୁଁ ଭୟରେ ପିଲାଙ୍କୁ ଛାଡୁ ନାହାନ୍ତି ପରିବାର । ଅଙ୍ଗନୱାଡି କେନ୍ଦ୍ର ଥାଇ ବି ନ ଥିବା ସହ ସମାନ । ତେଣୁ ବାଧ୍ୟ ହୋଇ ଅଙ୍ଗନୱାଡି ହେଲପରଙ୍କ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର। ଅନେକ ଅଭିଯୋଗ ପରେ ବି ନୂତନ କେନ୍ଦ୍ର ତିଆରି ହେଉ ନାହିଁ କି ପୁରୁଣା ଘରର ମରାମତି କରାଯାଉନି ବୋଲି କହିଛନ୍ତି ଅଙ୍ଗନବାଡ଼ି କର୍ମୀ ।

ତେଣୁ ଭୂତ କୋଠରୀ ପାଲଟିଛି ଅଙ୍ଗନୱାଡି କେନ୍ଦ୍ର। ସେପଟେ ଗାଁ ଲୋକଙ୍କ କହିବା କଥା ଯେ ପୂର୍ବରୁ ଥିବା ସରକାରରେ ଯେଉଁଭଳି ଅଫିସରମାନେ ମନମୁଖୀ କାର୍ଯ୍ୟ କରୁଥିଲେ ତାହା ଏବେ ପରିବର୍ତ୍ତନ ହୋଇଯାଇଛି। ସପଟେ ସିଡିପିଓ ଦିପ୍ତିମୟୀ ନାୟକ କ’ଣ କରୁଥିଲେ ନା ମୋଟା ଅଙ୍କରେ ସରକାରୀ ଦରମା ନେଇ ଅଫିସରେ ବସି ପଡୁଛନ୍ତି , ତେଣୁ ତାଙ୍କ ପ୍ରତି ମୋହନ ସରକାର କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଅତି ଶୀଘ୍ର ବଦଳି କରାଯାଉ ବୋଲି ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ