Masthead

ଭାତ ସହ ଆମ୍ବୁଲ ଝୋଳ…ବଞ୍ଚିବାକୁ ସଙ୍ଘର୍ଷ

ନର୍ଲା (ବଡ଼ ଖବର ବ୍ୟୁରୋ): ଭାତ ସହ ଅମ୍ବୁଳ ଝୋଳ ଖାଇ ବିତୁଛି ଜୀବନ । ନା ମୁଣ୍ଡ ଗୁଞ୍ଜିବାକୁ ଘର ଅଛି ନା ଭଲ ଖାଇବା । ଖାଧ୍ୟ ଦେଖିଲେ ଆଖିରେ ଲୁହ ରହିବନି । ସରକାରୀ ସାହାଯ୍ୟ ଅପେକ୍ଷାରେ ଅସହାୟ ଗରିବ ମାଆ ଓ ଝିଅ । ଏଦୃଶ୍ୟ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ୍ ମୁଣ୍ଡା ଗାଁର ସୁସିତା ବିଶ୍ଵାଳ ଓ ତାର ୭ ବର୍ଷ ର ଝିଅ ର କଥା । ବିକଶିତ ଦେଶ ଭାବରେ ଆମ ଦେଶ ବିଶ୍ଵରେ ୩ ନମ୍ବର୍ ଥିବା ବେଳେ ଗ୍ରାମାଞ୍ଚଳରେ ଏବେବି ଭାତ ସହ ଅମ୍ବୁଳ ଝୋଳ ଖାଇ ଜୀବନ ବିତାଉଛନ୍ତି ଲୋକେ।

ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ । ରାସନ୍ କାର୍ଡ, ଅଧାର୍ କାର୍ଡ ଇତ୍ୟାଦି କଥା ତ ନ କହିବା ଭଲ। ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ମାଆ ଓ ଝିଅ। ଗାଁ ଲୋକ କିଛି ଖାଇବାକୁ ଦେଲେ ଖାଇ ଥାନ୍ତି ନ ହେଲେ ଓପାସରେ ଭଙ୍ଗା କୁଡିଆରେ ପଡ଼ି ରହନ୍ତି । ବର୍ଷା ହେଲେ ତ ତାଙ୍କ ଦୁଃଖ କହିଲେ ନ ସରେ। ସରକାରୀ ସାହାଯ୍ୟ ଅପେକ୍ଷାରେ ଚାତକ ପରି ଅନେଇ ବସିଛନ୍ତି।

ରାଜ୍ୟରେ ୨୫ ବର୍ଷର ସ୍ଥିର ସରକାର୍ ଥିଲା ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ଘୋଷଣା କରିଥିଲା । ହେଲେ ସେହି ଯୋଜନା ଗୁଡ଼ିକ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିବାରେ ବିଫଳ ପରି ମନେ ହେଉଛି। କିନ୍ତୁ ବର୍ତ୍ତମାନ ରାଜ୍ୟରେ ଡବଲ ଇଞ୍ଜିନର ବିଜେପି ସରକାର ଗଠନ ହୋଇଛି ସବ୍ କା ସାଥ୍ ସବ୍ କା ବିକାଶର ନାରା ଦେଉ ଥିବା ସରକାରଙ୍କୁ ଉକ୍ତ ମହିଳାକୁ ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା