ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ ବଣ୍ଟନ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୬ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ବିଭାଗର ସମୀକ୍ଷା କରି ସିଏମଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ। ନିକୁଞ୍ଜ ବିହାରୀ ଧଳ, ଅରିନ୍ଦମ ଡାକୁଆ, ଅନୁପମ ଶାହା, ପ୍ରସନ୍ନ କୁମାର ଷଡଙ୍ଗୀ, ଚିତ୍ରସେନ ରାଉତ ଏବଂ ଉମେଶ ତ୍ରିପାଠୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଏହି ବରିଷ୍ଠ ଆଇପିଏସ ଅଧିକାରୀ ମାନେ ବିଭିନ୍ନ ବିଭାଗର ତଦାରଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ ବୋଲି ଜଣାପଡିଛି।