Masthead

ଜାଣନ୍ତୁ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟ ପ୍ରତିଶତ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସରିଲା ୩୮-ବାଲେଶ୍ୱର ଏବଂ ୧୦୨-ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ। ମଙ୍ଗଳବାର ଏହି ଦୁଇ ବିଧାନସଭା ଆସନ ସୁରୁଖୁରୁରେ ସରିଛି ଭୋଟ ଗ୍ରହଣ। ଗଣତନ୍ତ୍ରର ମହାପର୍ବ ମତଦାନ ପ୍ରକ୍ରିୟାରେ ଉଭୟ ନିର୍ବାଚନ ମଣ୍ଡଳୀର ମତଦାତାମାନେ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସୂଚନା ଅନୁଯାୟୀ ବାଲେଶ୍ୱର ସଦରରେ ୭୦.୬୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ମତଦାନ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱରରେ ୭୧.୨୯ ଏବଂ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା।

ଅନ୍ୟପଟେ ଅନୁପସ୍ଥିତ ଥିବା ଭୋଟରମାନଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଇଥିଲା। ଏହି ଶ୍ରେଣୀର ଭୋଟରଙ୍କୁ ୩ ଭାଗରେ ବିଭକ୍ତ କରାଯାଇ ମତଦାନ ବ୍ୟବସ୍ଥା କରାଯାଇଥିଲା। ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ, ଶାରୀରିକ ଭିନ୍ନକ୍ଷମ ଏବଂ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଇଥିଲା। ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ୩୧୯୩ଜଣ ଏବଂ ତିର୍ତ୍ତୋଲରେ ୧୬୩୧ଜଣ ଏହି ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା