Masthead

ବଡ଼ ଧରଣର ମାଓ ଆକ୍ରମଣ ଯୋଜନା ପଣ୍ଡ

ମାଲକାନଗିରି, (ବଡ଼ ଖବର ବ୍ୟୁରୋ): ମାଲକାନଗିରି ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁଠାରେ ଠାବ ହୋଇଛି ଏକ ବଡ଼ ଧରଣର ମାଓକ୍ୟାମ୍ପ୍ । ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ଶତାଧିକ ମାଓବାଦୀ ଗୋରାସେତୁ ଜଙ୍ଗଲରେ ଠୁଳହୋଇ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ । ଗୁଇନ୍ଦା ସୂଚନା ଆଧାରରେ ମାଲକାନଗିରି ଏସପିଙ୍କ ନେତୃତ୍ୱରେ ଡିଭିଏଫ, ଏସଓଜି ଓ ଆନ୍ଧ୍ର ଗ୍ରେହାଉଣ୍ଡ ମିଳିତ ଚଢ଼ାଉ କରିଥିଲେ । ୩ ଘଣ୍ଟାରୁ ଅଧିକ ସମୟ ଧରି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଘଟଣାସ୍ଥଳରୁ ପୋଲିସ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ୩ଟି ଏସ. ଏଲ. ଆର ବନ୍ଧୁକ, ଅଫୁଟା ଗୁଳି, ଲେଣ୍ଡମାଇନ, ମାଓ ୟୁନିଫମ,ର୍ ନକ୍ସଲ ଟିକ୍.ମାଓ ପୁସ୍ତକ ଓ ପ୍ରଚାର ପତ୍ର ଜବତ ହୋଇଛି । ଅନ୍ୟପଟେ ମାଓବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଚାଲିଥିବା କହିଛନ୍ତି ମାଲକାନଗିରି ଏସପି ରିଶିକେଶ ଖିଲାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ