Masthead

ମରିଗଲା ମାନବିକତା: ଶବକୁ ମଶାଣି ମନା

ଉଦଳା, (ବଡ଼ ଖବର ବ୍ୟୁରୋ): ଶବକୁ ମଶାଣି ମନା, ତାହା ପୁଣି ଜରିମାନା ନ ଦେବାରୁ। ଘର ଭିତରେ ୨୪ ଘଣ୍ଟା ପଡ଼ି ରହିଲା ମୃତଦେହ। ଶେଷରେ ୫ ହଜାର ଟଙ୍କା ଦେବା ପରେ ଏବଂ ଅଲଗା ଜାତିର ହୋଇଥିବାରୁ ଗ୍ରାମର ଅନ୍ୟ ଏକ ସ୍ଥାନରେ ମୃତଦେହ ପୋତିବା ବ୍ୟବସ୍ଥା କରାଗଲା। ଏଭଳି ଅମାନନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏଭଳି ଘଟଣା ଘଟିଛି ଉଦଳା ଥାନା ଅନ୍ତର୍ଗତ ବାଲିଛତ୍ରା ଉଲଦା ଗ୍ରାମରେ। ଗ୍ରାମର ରାଜେନ୍ଦ୍ର ନାଏକଙ୍କ ସ୍ତ୍ରୀ ସାବିତ୍ରୀ ସିଂ ଗତ ସୋମବାର ଅସୁସ୍ଥ ହୋଇଥିଲେ। ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମଙ୍ଗଳବାର ହସ୍ତାନ୍ତର କରିଥିଲା। ଅପରାହ୍ନ ୨ଟାରେ ପରିବାର ଲୋକେ ମୃତଦେହ ନେଇ ଗାଁରେ ପହଞ୍ଚିଥିଲେ। କିନ୍ତୁ ଗ୍ରାମ ଶ୍ମଶାନରେ ମୃତଦେହ ସଂସ୍କାର କରାଇ ଦେଲେନାହିଁ ଗ୍ରାମବାସୀ। ଫଳରେ ଦୀର୍ଘ ୨୪ ଘଣ୍ଟା ପର୍ୟ୍ୟନ୍ତ ଘର ଭିତରେ ପଡ଼ି ରହିଲା ଶବ।

ରାଜେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ଲାଗି ରହୁଥିଲା। ଗ୍ରାମରେ ବୈଠକ ବସି ଏହାର ସମାଧାନ କରାଯିବା ସହ ରାଜେନ୍ଦ୍ରଙ୍କୁ ଏ ନେଇ ୨୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ହେଲେ ଉକ୍ତ ଟଙ୍କା ରାଜେନ୍ଦ୍ର ଦେଇପାରି ନ ଥିଲେ। ଆଉ ଏଇଥିପାଇଁ ସାବିତ୍ରୀଙ୍କ ମୃତଦେହ ଗ୍ରାମରେ ସଂସ୍କାର କରିବାକୁ ଗ୍ରାମବାସୀ ଦେଇ ନ ଥିଲେ ବୋଲି ରାଜେନ୍ଦ୍ର ଅଭିଯୋଗ କରିଛନ୍ତି। ଶେଷରେ ୨୪ ଘଣ୍ଟା ପରେ ରାଜେନ୍ଦ୍ର ୫ ହଜାର ଟଙ୍କା ଯୋଗାଡ଼ କରି ଦେବାରୁ ଶବ ସଂସ୍କାର ବ୍ୟବସ୍ଥା କରାଯାଇଥିଲା। ହେଲେ ରାଜେନ୍ଦ୍ର ଅଲଗା ଜାତିର ହୋଇଥିବାରୁ ତାଙ୍କ ପାଇଁ ଗାଁ ମଶାଣିରେ ନୁହେଁ ବରଂ ଅଲଗା ଏକ ସ୍ଥାନରେ ଗାତ ଖୋଳାଯାଇ ମୃତଦେହ ପୋତିବାକୁ ଅନୁମତି ଦିଆଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର