Masthead

ବିକାଶ! ଆଉ କେତେ ଦିନ?

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ଯୋଜନା ପରେ ଯୋଜନା। ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି। ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ତୃଣମୂଳ ସ୍ତରରେ ବାସ୍ତବ ଚିତ୍ର ଯେମିତିକୁ ସେମିତି। ସରକାରଙ୍କ ଗାଁ ବିକାଶ ନାରା କଥାରେ ହିଁ ରହିଯାଇଛି। ସ୍ୱାଧୀନତାର ଏତେ ବର୍ଷ ପରେ ବି ଲୋକେ ମୌଳିକ ସୁବିଧା ଦେଖିପାରିନାହାନ୍ତି। ଗାଁ ବିକାଶର ଚିତ୍ର ଦେଖିଲେ ଲାଗୁଛି, ଏତେ ସବୁ ଯୋଜନା କାହା ପାଇଁ?

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢୀ ପଞ୍ଚାୟତର ବଣି, ପ୍ରଧାନପଡ଼ା, ମଣ୍ଡଳା, ଟିକିତଇଲା ଏସବୁ ଗାଁରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ବାସ କରନ୍ତି। ସେହିଭଳି କନ୍ଧମାଳ ଜିଲ୍ଲା କଖାରୁଖୋଲ ପଞ୍ଚାୟତର କାବଟି, ତିଳା, ଗଡ଼ପଦର, ଲାକିଡ଼ିକିଆ, ଘଡ଼ୁକାପଦର, ବୁଦୁକାଖୋଲ ଗାଁର ବିକାଶ ପ୍ରତି ପ୍ରତିବନ୍ଧକ ସାଜିଛି ବୃତଙ୍ଗ ନଦୀ। କୁଜାମେଣ୍ଢୀ-ବଣି ମୁଖ୍ୟ ରାସ୍ତାରେ ଥିବା ବୃତଙ୍ଗ ନଦୀ ଲୋକଙ୍କ ପାଇଁ ବାଧକ ସାଜିଛି। ଦୀର୍ଘଦିନ ଧରି ପୋଲ ନିର୍ମାଣ ଦାବି ଉଠୁଛି, କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ କାନରେ ପଡ଼ିନାହିଁ। ପିଲାଠୁ ବୁଢ଼ା ସମସ୍ତେ ଭରା ନଈ ପାର ହୋଇ ଯିବାଆସିବା କରୁଛନ୍ତି। ଏହି ଅଞ୍ଚଳରେ ବାସ କରୁଥିବା ଲୋକେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀଠୁ ଆରମ୍ଭ କରି ରୋଗୀସେବା ପାଇଁ ରସ ହଣ୍ଡା କିମ୍ବା ମୋଟର ବୋଟ ସାହାଯ୍ୟରେ ନଦୀ ପାର ହୁଅନ୍ତି।

ଅଞ୍ଚଳବାସୀ ଏ ନେଇ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି, ଧାରଣାରେ ବସିଛନ୍ତ, ଚେତାବନୀ ବି ଦେଇଛନ୍ତି। ହେଲେ ପ୍ରଶାସନ ଆଖି ବୁଜିଦେଇଛି। ବିଭିନ୍ନ କାରଣ ଦର୍ଶାଇ ସରକାରୀ ଅଧିକାରୀମାନେ ବୃତଙ୍ଗ ନଦୀ ପୋଲ ନିର୍ମାଣକୁ ଏଡ଼ାଇ ଚାଲିଛନ୍ତି। ଆଉ କେତେ ଦିନ ଅଞ୍ଚଳବାସୀ ଭରା ଦନୀ ପାର ହେଲେ ପ୍ରଶାସନର ଦୃଷ୍ଟି ପଡ଼ିବ ତାହା ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ