Masthead

ଶୁଣିଲାନି ପ୍ରଶାସନ: ଚାନ୍ଦା କରି ରାସ୍ତା ତିଆରି କଲେ ଗ୍ରାମବାସୀ

ଶେରଗଡ଼, (ବଡ଼ ଖବର ବ୍ୟୁରୋ): ଶୁଣିଲାନି ପ୍ରଶାସନ। ଚାନ୍ଦା କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ। ଖାଲି ରାସ୍ତା ନିର୍ମାଣ ନୁହେଁ, ରାସ୍ତାରେ ଅଲୋକୀକରଣ ବ୍ୟବସ୍ଥା ମଧ୍ୟ କରିଛନ୍ତି ନିଜ ପ୍ରଚେଷ୍ଟାରେ। ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ କୁଲାଗଡ଼ ଗ୍ରାମରେ ପ୍ରଶାସନିକ ଉଦାସୀନତାର ଏପରି ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ବର୍ଷାରେ ଗ୍ରାମ ରାସ୍ତା ଧୋଇଯିବା ଫଳରେ ରାସ୍ତା ମରାମତି ଓ ଅଲୋକୀକରଣ ପାଇଁ ଗାଁ ଯୁବକମାନେ ସ୍ଥାନୀୟ ସରପଞ୍ଚଙ୍କୁ ୧୫ ଦିନ ପୂର୍ବରୁ କହିଥିଲେ।

କାର୍ତ୍ତିକ ମାସରେ ମନ୍ଦିରକୁ ଯିବାକୁ ଶ୍ରଦ୍ଧାଳୁମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥିବାରୁ ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଏ ନେଇ ଅବଗତ କରିଥିଲେ। ବାରମ୍ବାର ଜଣାଇଥିଲେ ମଧ୍ୟ କେହି ନ ଶୁଣିବାରୁ ବାଧ୍ୟ ହୋଇ ଗାଁରେ ଚାନ୍ଦା କରି ଅଲୋକୀକରଣ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଯୁବକ। ଗ୍ରାମର ଛାଞ୍ଚରାଖଳାଠାରୁ ଗୁଡ଼ି ବନ୍ଧ ଓ ନେଲିଆବନ୍ଧଠାରୁ ଗରୁଡ଼େଶ୍ୱର ମନ୍ଦିର ପର୍ୟ୍ୟନ୍ତ ଅଲୋକୀକରଣ କରି ମନ୍ଦିର ରାସ୍ତା ମରାମତି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଯୁବଗୋଷ୍ଠୀ। ଗ୍ରାମବାସୀଙ୍କ ଏପରି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ