Masthead

ସ୍କୁଲ ସାମ୍ନାରୁ ପାଣି ସଫା ନହେବାରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଅଗଷ୍ଟ ୧୫ ତାରିଖ ରେ ସ୍କୁଲ ରାସ୍ତାରେ ୪ ଫୁଟର ପାଣି ବୋହିବା ଯୋଗୁ ଅଳିଆ ବୋହା ଟ୍ରଲିରେ ବୁହାହୋଇ ସ୍କୁଲ ଯାଇ ସ୍ୱାଧୀନତା ଦିବସ ପାଳିଥିଲେ ଶତାଧିକ ଛାତ୍ରଛାତ୍ରୀ । ଏ ସମ୍ପର୍କରେ ଖବର ପ୍ରସାରଣ ହେବାର ୧୨ ଦିନ ବିତି ଯାଇଥିଲେ ମଧ୍ୟ ସ୍କୁଲରୁ ପାଣି ନିଷ୍କାସନର ହୋଇପାରିଲାନି । ଫଳରେ ସ୍କୁଲ ଆଗରେ ତାଲା ପକାଇବା ସହ ପିଲାମାନଙ୍କୁ ସ୍କୁଲ ଛାଡିଲେ ନାହିଁ ଗ୍ରାମବାସୀ ।

ଏ ଭଳି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଗାଁ ର ଦଧିବାମନ ଉପ୍ରା ବିଦ୍ୟାଳୟରେ । ଆଳତୁମା ଗ୍ରାମରେ ଥିବା ଦଧିବାମନ ଉପ୍ରା ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ପିଲା ପାଠ ପଢୁଛନ୍ତି । କିନ୍ତୁ ବର୍ଷା ଦିନେ ସ୍କୁଲ ସାମ୍ନାରେ ଓ ସ୍କୁଲ ଭିତରେ ଚାରି ଫୁଟର ପାଣି ଜମି ରହୁଥିବା ଯୋଗୁ ପିଲା ଓ ଶିକ୍ଷକଶିକ୍ଷୟତ୍ରୀ ସ୍କୁଲ ଯିବାକୁ ଅସୁବିଧା ଭୋଗୁଛନ୍ତି ।

ଗତ ଅଗଷ୍ଟ ୧୫ ତାରିଖ ଦିନ ଏ ସମ୍ପର୍କରେ ଖବର ପ୍ରସାରଣ ପରେ ଦୀର୍ଘ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା କରାନଯିବା ଫଳରେ ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇ ପିଲାମାନଙ୍କୁ ସ୍କୁଲ ଯିବା ପାଇଁ ବନ୍ଦ କରିବା ସହ ଜଳ ନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର କରାନଗଲେ ରାଜରାସ୍ତାକୁ ଅବରୋଧ କରିବା ନେଇ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ