Masthead

ପୋଲିସବାବୁଙ୍କ ଘରୁ ଲୁଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିବାଲୋକରେ ଚୋରି । ସେ ପୁଣି ଜଣେ ପୋଲିସ ଏସଆଇଙ୍କ ଘରୁ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ସେ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସକୁ ଚୋରମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଚୋରି କରିଛନ୍ତି। ଖାରବେଳନଗର ଥାନା ୟୁନିଟ-୩ ଆର୍‌ବିଆଇ ଅଫିସ ପଛପାର୍ଶ୍ୱ ଏସ୍‌ଆଇ ରମାକାନ୍ତ ପ୍ରଧାନଙ୍କ କ୍ୱାର୍ଟର୍ସକୁ ଚୋରମାନେ ଟାର୍ଗେଟ୍‌ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା ଆଦି ଚୋରି କରି ନେଇଯାଇଛନ୍ତି। କ୍ୱାର୍ଟର୍ସ ପଛପାର୍ଶ୍ୱ ବାଡ଼ିପଟରୁ ଗୋଟିଏ ପରେ ଗୋଟିଏ ୬ଟି ତାଲା ଭାଙ୍ଗି ଚୋରିମାନେ ଏହି କାଣ୍ଡ ଘଟାଇଛନ୍ତି।

ତେବେ ବଡ଼କଥା ହେଲା ରମାକାନ୍ତଙ୍କ କ୍ୱାର୍ଟର୍ସ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଟ୍ରେଜେରି ଅଫିସ ରହିଛି। ରାଜଧାନୀରେ ହାଇପ୍ରୋଫାଇଲ୍‌ ଅଞ୍ଚଳ କୁହାଯାଉଥିବା ଏଭଳି ସ୍ଥାନରୁ ଦିନଦ୍ୱିପ୍ରହରେ ଚୋରି ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଚୋରି ସଂକ୍ରାନ୍ତରେ ରମାକାନ୍ତଙ୍କ ବଡ଼ପୁଅ ରାକେଶ ପ୍ରଧାନ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଚୋରି ହୋଇଥିବା କ୍ୱାର୍ଟର୍ସରେ ରମାକାନ୍ତଙ୍କ ଦୁଇ ପୁଅ ଓ ବୋହୂ ରହୁଛନ୍ତି। ଗୁରୁବାର ଦିନବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଘର ଭିତରେ ପଶି ଗଡରେଜ୍‌ ତାଲା ଭାଙ୍ଗିଥିଲେ। ସେଥିରେ ଥିବା ଗୋଟିଏ ସୁନା ଚେନ୍‌, ୬ଟି ମୁଦି, ୨ଟି କାନଫୁଲ ଆଦି ଅଳଙ୍କାର, ୧୦ରୁ ୧୨ହଜାର ନଗଦ ଟଙ୍କା, ୪ଟି ହାର୍ଡ ଡିସ୍କ, କାନ୍ଥ ଘଣ୍ଟା, କିଛି ଦାମୀ ଘଣ୍ଟା, ପୁରୁଣା କଏନ୍‌ ଆଦି ନେଇଯାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ