ପୋଲିସବାବୁଙ୍କ ଘରୁ ଲୁଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିବାଲୋକରେ ଚୋରି । ସେ ପୁଣି ଜଣେ ପୋଲିସ ଏସଆଇଙ୍କ ଘରୁ । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ସେ ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସକୁ ଚୋରମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଚୋରି କରିଛନ୍ତି। ଖାରବେଳନଗର ଥାନା ୟୁନିଟ-୩ ଆର୍‌ବିଆଇ ଅଫିସ ପଛପାର୍ଶ୍ୱ ଏସ୍‌ଆଇ ରମାକାନ୍ତ ପ୍ରଧାନଙ୍କ କ୍ୱାର୍ଟର୍ସକୁ ଚୋରମାନେ ଟାର୍ଗେଟ୍‌ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା ଆଦି ଚୋରି କରି ନେଇଯାଇଛନ୍ତି। କ୍ୱାର୍ଟର୍ସ ପଛପାର୍ଶ୍ୱ ବାଡ଼ିପଟରୁ ଗୋଟିଏ ପରେ ଗୋଟିଏ ୬ଟି ତାଲା ଭାଙ୍ଗି ଚୋରିମାନେ ଏହି କାଣ୍ଡ ଘଟାଇଛନ୍ତି।

ତେବେ ବଡ଼କଥା ହେଲା ରମାକାନ୍ତଙ୍କ କ୍ୱାର୍ଟର୍ସ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଟ୍ରେଜେରି ଅଫିସ ରହିଛି। ରାଜଧାନୀରେ ହାଇପ୍ରୋଫାଇଲ୍‌ ଅଞ୍ଚଳ କୁହାଯାଉଥିବା ଏଭଳି ସ୍ଥାନରୁ ଦିନଦ୍ୱିପ୍ରହରେ ଚୋରି ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଚୋରି ସଂକ୍ରାନ୍ତରେ ରମାକାନ୍ତଙ୍କ ବଡ଼ପୁଅ ରାକେଶ ପ୍ରଧାନ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଚୋରି ହୋଇଥିବା କ୍ୱାର୍ଟର୍ସରେ ରମାକାନ୍ତଙ୍କ ଦୁଇ ପୁଅ ଓ ବୋହୂ ରହୁଛନ୍ତି। ଗୁରୁବାର ଦିନବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଘର ଭିତରେ ପଶି ଗଡରେଜ୍‌ ତାଲା ଭାଙ୍ଗିଥିଲେ। ସେଥିରେ ଥିବା ଗୋଟିଏ ସୁନା ଚେନ୍‌, ୬ଟି ମୁଦି, ୨ଟି କାନଫୁଲ ଆଦି ଅଳଙ୍କାର, ୧୦ରୁ ୧୨ହଜାର ନଗଦ ଟଙ୍କା, ୪ଟି ହାର୍ଡ ଡିସ୍କ, କାନ୍ଥ ଘଣ୍ଟା, କିଛି ଦାମୀ ଘଣ୍ଟା, ପୁରୁଣା କଏନ୍‌ ଆଦି ନେଇଯାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ