ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା । ସ୍କୋଡା କାର୍ରୁ ମିଳିଲା ୪ ଲକ୍ଷ ୭୭ ହଜାର ଟଙ୍କା । ଡ୍ରାଇଭରଙ୍କୁ ଅଟକ ରଖିଥିବା ବେଳେ କାର୍ ଓ ଟଙ୍କାକୁ ଜବତ କରିଛି ପୋଲିସ । ସେପଟେ ପୋଲିସ ତଦନ୍ତ ଜାରି ରଖିଥିବା କହିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଖବର ଅନୁଯାୟୀ, ରାଜଧାନୀରେ ୨୬ଟି ଥାନା ଅଞ୍ଚଳରେ ପୋଲିସ ଓ ଟ୍ରାଫିକ ପକ୍ଷରୁ ଚାଲିଛି ନାଇଟ୍ ବ୍ଲକିଂ ଏବଂ ଡ୍ରଙ୍କେନ୍ ଡ୍ରାଇଭ । ସମସ୍ତ ଜୋନ୍ ଏସିପି ସମେତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀମାନେ ସାମିଲ ଥିଲେ ।

ଏହିକ୍ରମରେ ଶନିବାର ବିଳମ୍ବିତ ରାତିରେ ଡ୍ରଙ୍କେନ୍ ଡ୍ରାଇଭିଂ ଟେକିଂ ବେଳେ ହଠାତ୍ ଏକ ସ୍କୋଡା କାର୍ ଦ୍ରୁତ ଗତିରେ ଆସୁଥିବା ଦେଖି ଚେକ୍ ପୋଷ୍ଟରେ ଥିବା ପୋଲିସ ଅଟକିବାକୁ କହିଥିଲେ । କିନ୍ତୁ ଚାଳକ ଜଣକ ବ୍ୟାରିକେଡ୍ ଭାଙ୍ଗି ରିଭର୍ସ ରାଇଡ୍ କରିଥିଲେ । ସେଠାରେ ଥିବା ପୋଲିସ କର୍ମଚାରୀମାନେ ଗୋଡାଇ ଗୋଡାଇ କାର୍କୁ ଅଟକାଇଥିଲେ । ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଛି । ସେପଟେ ଗାଡି ଯାଞ୍ଚ ବେଳେ ସେଥିରୁ ୪ ଲକ୍ଷ ୭୭ ହଜାର ଟଙ୍କା ନଗଦ ମିଳିଥିଲା । ଚାଳକଙ୍କୁ ଅଟକ ରଖିଥିବା ବେଳେ ଗାଡି ଏବଂ ଟଙ୍କାକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ । ଏତେ ଟଙ୍କା କେଉଁଠୁ ଆସିଲା , ତାହାର ଛାନ୍ଭିନ୍ ଜାରି ରଖିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ