Masthead

ଜାନୁଆରୀରେ ବିଜେପି ସଭାପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ବର୍ଷରେ ନୂଆ ସଭାପତି । ରାଜ୍ୟ ବିଜେପି ଚୟନ କରିବ କିଏ ହେବ ନୂଆ ପ୍ରେସିଡେଣ୍ଟ । ଓଡ଼ିଶାରେ ସରକାର ଗଠନ ପରେ ଭାରତୀୟ ଜନତା ପାର୍ଟିକୁ ମିଳିବ ନୂତନ ମଙ୍ଗୁଆଳ । ରିପିଟ୍ ନା ନୂଆ କହିବ ସମୟ କିନ୍ତୁ ମନମୋହନ ଓ ମୋହନ ଯୋଡିରେ ଚାଲିଛି ରାଜ୍ୟ ବିଜେପି । ସଭାପତି ଭାବେ ମନମୋହନ ରହିବେ ନା ଆସିବ ନୂଆ ଚେହେରା । କାହାକୁ ବିଶ୍ୱାସକୁ ନେବେ କେନ୍ଦ୍ରୀୟ ନେତୃତ୍ୱ । ମଙ୍ଗୁଆଳ ଦାୟିତ୍ୱରେ ବର୍ତ୍ତମାନ ଅଛନ୍ତି ମନମୋହନ ସାମଲ । ତାଙ୍କ ସଭାପତିତ୍ୱରେ ରାଜ୍ୟରେ ଗଠନ ହୋଇଛି ବିଜେପି ସରକାର । ୩୭ହଜାର୮୦୯ ବୁଥସ୍ତରୀୟ ଇଲେକ୍ସନ ସାରିଛି ବିଜେପି । ଜାରି ରହିଛି ମଣ୍ଡଳସ୍ତରୀୟ ନିର୍ବାଚନ । ୩୬ଟି ସାଙ୍ଗଠାନିକ ଜିଲ୍ଲା ପାଇଁ ଡିସେମ୍ବର ୩୦ସୁଦ୍ଧା ଇଲେକ୍ସନ ସାରିବାକୁ ସମୟ ନିର୍ଦ୍ଧାରଣ କରିଛି ପାର୍ଟି । ସେହି ନିର୍ବାଚନରେ ନିର୍ବାଚିତ ହୋଇଥିବା ଜିଲ୍ଲା ସଭାପତିମାନେ ରାଜ୍ୟସଭାପତି କରିବେ ଚୟନ । ଯାହା ପାଇଁ ଏବେ ବୁଥରୁ ମଣ୍ଡଳ ଓ ଜିଲ୍ଲାରୁ ରାଜ୍ୟ ପଦ୍ମ ଶିବିର ବେଶ ଚଳଚଞ୍ଚଳ ।

କିଏ ହେବ, କେମିତି ହେବ ଓ ଦଳ ସରକାରକୁ ସାଙ୍ଗରେ ନେଇ ଆଗେଇ ପାରିବ ସେହି ଭଳି ବ୍ୟକ୍ତିକୁ ବାଛିବା ଏକ ପ୍ରକାର ସୁନିଶ୍ଚିନ୍ତ । ମନମୋହନ ତ ଅଗ୍ନି ପରୀକ୍ଷା ଦେଇ ପାସ ବି ହୋଇସାରିଛନ୍ତି । ଦଳକୁ ଏକାକୀ ସରକାର ଗଠନ କରିବାରେ ନିଭାଇଛନ୍ତି ଭୂମିକା । କୁହାଯାଏ କି ମନମୋହନ ଏମିତି ଏକ ବ୍ୟକ୍ତି କି ପଦ୍ମ ଦଳ ପାଇଁ ଏକ ଲକି ପର୍ସନ । କାହିଁକି ସେ ଯେବେ ବି ନେଇଛନ୍ତି ପ୍ରେସିଡେଣ୍ଟର ଦାୟିତ୍ୱ ରାଜ୍ୟରେ ସରକାର ଗଠନ କରିଛି ଦଳ । ଏମିତି କି ତାଙ୍କ ସଭାପତିତ୍ୱ ସମୟରେ ବି ବିଜେଡି ସହ ମେଣ୍ଟ କରି ବିଜେପି ଓଡ଼ିଶାରେ ଶାସନ କ୍ଷମତା ବସିଛି । ଆଉ ଠିକ ଏବେ ତାଙ୍କ ସମୟ କାଳରେ ୨୦୨୪ଇଲେକ୍ସନରେ ବିଜେପିକୁ ମିଳିଛି ବହୁମତ । ଏକାକୀ ଗଠନ ହୋଇଛି ବିଜେପି ସରକାର । ଠିକ୍ ଏହି ସମୟରେ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ବି ସଭାପତି ଦଉଡରେ ଆଗରେ ରହିଛନ୍ତି ମନମୋହନ । ତାଙ୍କ ପରେ ଗୋଲକ ମହାପାତ୍ର ଓ ସମୀର ମହାନ୍ତ ଭଳି ଅନେକ ନା ରେଶରେ ରହିଛି ।

କିନ୍ତୁ ମନମୋହନଙ୍କୁ ନେଇ ଦଳରେ ଏବେ ସମସ୍ତଙ୍କ ଭିତରେ ରହିଛି ବିଶ୍ୱାସ । ଚୟନ କାହାକୁ କରିବେ ତାକୁ ନେଇ ସମସ୍ତଙ୍କ ପାଇଁ ବଡ ଟେନସନ । କାହିଁକି ନା ନିର୍ବାଚନରେ ବିଧାୟକ ଭାବେ ମନମୋହନ ଲଢୁଥିଲେ ସୁଦ୍ଧା ପରାଜୟ ବରଣ କରିଛନ୍ତି । ଯେହେତୁ ତାଙ୍କ କାନ୍ଧରେ ଥିଲା ଦଳର ଦାୟିତ୍ୱ । ସେଥିପାଇଁ ନିଜେ ହୁଏତ ସକସେସ୍ ହୋଇନାହାନ୍ତି କିନ୍ତୁୁ ଦଳକୁ ସରକାରକୁ ଆଣିବାରେ ସକସେସ୍ ହୋପାରିଛନ୍ତି । ଯାହା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ଠାରୁ ରାଜ୍ୟ ନେତୃତ୍ୱଙ୍କ ମନ ଜିଣିପାରିଛନ୍ତି ମନମୋହନ । ଆଗକୁ ରହିଛି ପୌର ଓ ପଞ୍ଚାୟତ ନିର୍ବାଚନ । ବର୍ଷ କେଇଟା ପରେ ଇଲେକ୍ସନ ଥିବାରୁ ଦଳକୁ ମାପିଚୁପି ନିଷ୍ପତ୍ତି ନେବାକୁ ପଡିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ