Masthead

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଇଡି ସ୍କାନରରେ ଓଡ଼ିଶା ନେତା । ପ୍ରମିଳାଙ୍କ ପରିବାର ପରେ ନିରଞ୍ଜନଙ୍କ ପାଳି । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କ ସମ୍ପର୍କୀୟଙ୍କ ଘରେ ଇଡି ରେଡ କରିଛି । ଏକକାଳୀନ ତିନୋଟି ସ୍ଥାନରେ ରେଡ୍ ହୋଇଛି । ବେଆଇନ ଅର୍ଥ କାରବାର କଥା ସାମ୍ନାକୁ ଆସୁଥିବା ବେଳେ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିନାହିଁ । ସକାଳ ୭ଟାରୁ ୮ରୁ ୧୦ ଜଣ ଇଡି ଅଧିକାରୀ ଏହି ରେଡ୍ରେ ସାମିଲ ହୋଇଛନ୍ତି । ରେଡ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ପୂର୍ବତନ ମନ୍ତ୍ରୀ, ପୂର୍ବତନ ପିସିସି ସଭାପତି ଭଳି ଗୁରୁଦାୟିତ୍ୱରେ ରହିଆସିଛନ୍ତି ନିରଞ୍ଜନ ।

ତାଙ୍କର ଅନେକ ବଡ ବଡ ପ୍ରତିଷ୍ଠିତ ସଂସ୍ଥା ରହିଛି । କିନ୍ତୁ ଏନେଇ ବର୍ତ୍ତମାନ ସୁଦ୍ଧା ଇଡି କିମ୍ବା ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ହଠାତ୍ କାହିଁକି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଇଡିର ନଜର । କଣ ରହିଛି ଏହାର କାରଣ? ଅର୍ଥି କାରବାର ସାଙ୍ଗକୁ ତାଙ୍କ ପରିବାର ରାଜନୈତିକ ଦଳ ସହ ରହିଛନ୍ତି ଜଡିତ । ତେବେ ଏହି ଦୁଇଟିର ଚଢାଉ ସାଙ୍ଗରେ ରିହିଛି କି ହାତ? ନା ଆଉ କିଛି ବଡ କାରବାର କରିଛନ୍ତି ପଟ୍ଟନାୟକ ପରିବାର ତାକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ