Masthead

“ବଡ଼ ଖବର’ର ବଡ଼ ପ୍ରଭାବ: ଗୋଲାପଙ୍କୁ ମିଳିଲା ସହାୟତା

ସୁକିନ୍ଦା,(ବଡ଼ ଖବର ବ୍ୟୁରୋ): “ବଡ଼ ଖବର”ର ବଡ଼ ପ୍ରଭାବ । ଖବର ପ୍ରସାରଣ ପରେ ଗୋଲାପଙ୍କ ନିକଟକୁ ଛୁଟୁଛି ସହାୟତାର ସୁଅ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦାଗଡ଼ର ଗୋଲାପ । ଅଜଣା ରୋଗରେ ସ୍ୱାମୀ, ଶ୍ୱଶୁର ଓ ଶାଶୂ ଆଗପଛ ହୋଇ ଚାଲିଗଲେ । ଭାଗ୍ୟକୁ ଆଦରି ୩ ଛୋଟ ଛୁଆଙ୍କୁ ନେଇ ଭଙ୍ଗାଦଦରା ଘରେ ପଡି ରହିଥିଲେ ଗୋଲାପ । ପିଲାଙ୍କ ପେଟକୁ ଦାନା ଯୋଗାଇବା ପାଇଁ ପରଘରେ ବାସନ ମାଜିବା ସହ ବହୁ କଷ୍ଟ କରୁଥିଲେ ସେ । ଗୋଲାପଙ୍କ ଦୁଃଖଭରା ଖବର ‘ବଡ଼ ଖବର’ରେ ପ୍ରସାରଣ ପରେ ତାଙ୍କ ନିକଟକୁ ଲମ୍ବିଛିି ସହାୟତାର ହାତ । ଗୁରୁବାର ସୁକିନ୍ଦା ବ୍ଲକ ବିଜେଡି ସଭାପତି ମୀନକେତନ ବେହେରାଙ୍କ ସହ ଆନେକ ଯୁବକ ଗୋଲାପଙ୍କ ଘରେ ପହଁଚି ଦୁଇମାସର ରାସନ ସହ କିଛି ବସ୍ତ୍ର ଯୋଗାଇ ଦେଇଛନ୍ତି । ତେବେ ବୁଧବାର ସମାଜସେବୀ ଜଗବନ୍ଧୁ ବେଜ୍ ମଧ୍ୟ ଗୋଲପଙ୍କ ଘରେ ପହଁଚିଥିଲେ । ସେ କିଛି ସହୟତା ଦେବା ସହ ଗୋଲାପଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସୁକିନ୍ଦ ବିଡିଓଙ୍କ ସହ ଆଲୋଚନା କରିଛନ୍ତି । ତେବେ ଗୋଲାପଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିଥିବାରୁ ‘ବଡ଼ ଖବର’କୁ ଧନ୍ୟବାଦ ଜଣାଇଛନ୍ତି ଜଗବନ୍ଧୁ ।
ଗୋଲାପଙ୍କ ନିକଟକୁ ଲମ୍ବିଛି ସହୟତାର ହାତ । ତେବେ ପ୍ରସାଶନ ପକ୍ଷରୁ କିଛି ସରକାରୀ ସହାୟତା ଯୋଗାଇ ଦିଆଗଲେ ଗୋଲାପଙ୍କ ଦୁଃଖ ଦୂର ହୋଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼