Masthead

“ବଡ଼ ଖବର’ର ବଡ଼ ପ୍ରଭାବ: ଗୋଲାପଙ୍କୁ ମିଳିଲା ସହାୟତା

ସୁକିନ୍ଦା,(ବଡ଼ ଖବର ବ୍ୟୁରୋ): “ବଡ଼ ଖବର”ର ବଡ଼ ପ୍ରଭାବ । ଖବର ପ୍ରସାରଣ ପରେ ଗୋଲାପଙ୍କ ନିକଟକୁ ଛୁଟୁଛି ସହାୟତାର ସୁଅ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସୁକିନ୍ଦାଗଡ଼ର ଗୋଲାପ । ଅଜଣା ରୋଗରେ ସ୍ୱାମୀ, ଶ୍ୱଶୁର ଓ ଶାଶୂ ଆଗପଛ ହୋଇ ଚାଲିଗଲେ । ଭାଗ୍ୟକୁ ଆଦରି ୩ ଛୋଟ ଛୁଆଙ୍କୁ ନେଇ ଭଙ୍ଗାଦଦରା ଘରେ ପଡି ରହିଥିଲେ ଗୋଲାପ । ପିଲାଙ୍କ ପେଟକୁ ଦାନା ଯୋଗାଇବା ପାଇଁ ପରଘରେ ବାସନ ମାଜିବା ସହ ବହୁ କଷ୍ଟ କରୁଥିଲେ ସେ । ଗୋଲାପଙ୍କ ଦୁଃଖଭରା ଖବର ‘ବଡ଼ ଖବର’ରେ ପ୍ରସାରଣ ପରେ ତାଙ୍କ ନିକଟକୁ ଲମ୍ବିଛିି ସହାୟତାର ହାତ । ଗୁରୁବାର ସୁକିନ୍ଦା ବ୍ଲକ ବିଜେଡି ସଭାପତି ମୀନକେତନ ବେହେରାଙ୍କ ସହ ଆନେକ ଯୁବକ ଗୋଲାପଙ୍କ ଘରେ ପହଁଚି ଦୁଇମାସର ରାସନ ସହ କିଛି ବସ୍ତ୍ର ଯୋଗାଇ ଦେଇଛନ୍ତି । ତେବେ ବୁଧବାର ସମାଜସେବୀ ଜଗବନ୍ଧୁ ବେଜ୍ ମଧ୍ୟ ଗୋଲପଙ୍କ ଘରେ ପହଁଚିଥିଲେ । ସେ କିଛି ସହୟତା ଦେବା ସହ ଗୋଲାପଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସୁକିନ୍ଦ ବିଡିଓଙ୍କ ସହ ଆଲୋଚନା କରିଛନ୍ତି । ତେବେ ଗୋଲାପଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିଥିବାରୁ ‘ବଡ଼ ଖବର’କୁ ଧନ୍ୟବାଦ ଜଣାଇଛନ୍ତି ଜଗବନ୍ଧୁ ।
ଗୋଲାପଙ୍କ ନିକଟକୁ ଲମ୍ବିଛି ସହୟତାର ହାତ । ତେବେ ପ୍ରସାଶନ ପକ୍ଷରୁ କିଛି ସରକାରୀ ସହାୟତା ଯୋଗାଇ ଦିଆଗଲେ ଗୋଲାପଙ୍କ ଦୁଃଖ ଦୂର ହୋଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ