Masthead

ଆଜି ଆସିବ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଆସିବ କେନ୍ଦ୍ର ବଜେଟ୍ । ଉପସ୍ଥାପନ କରିବେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା । ନୂଆ ଶିକ୍ଷାନୀତି, ସ୍ବାସ୍ଥ୍ୟସେବାରେ ଅଧିକ ବ୍ୟୟ ସମ୍ଭାବନା । ମହିଳା, ଚାଷୀ ଓ ମଧ୍ୟବିତ୍ତଙ୍କୁ ଖୁସି କରିପାରନ୍ତି ସରକାରମାତ୍ର । କେଇ ଘଣ୍ଟା ମଧ୍ୟରେ ସଂସଦରେ ଉପସ୍ଥାପିତ ହେବ ମୋଦି-୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନ ୧୧ଟାରେ ୨୦୨୫-୨୬ ଆର୍ଥିକବର୍ଷର ବଜେଟ୍‌ ଦସ୍ତାବିଜ୍‌କୁ ଆଗତ କରିବେ ।

ଲଗାତର ଅଷ୍ଟମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ସୀତାରମଣ । ଏଥର ବଜେଟରେ ମଧ୍ୟବିତ୍ତ, ମହିଳା ଏବଂ ଗରିବଙ୍କୁ ମିଳିପାରେ ସର୍ବାଧିକ ପ୍ରାଧାନ୍ୟ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ସଂକେତ ଦେଇଛନ୍ତି । ଶୁକ୍ରବାର ନିଜ ପ୍ରାକ୍‌-ବଜେଟ୍‌ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହି ୩ ବର୍ଗଙ୍କ ମଙ୍ଗଳ କାମନା କରିଛନ୍ତି । ଦେବୀ ଲକ୍ଷ୍ମୀ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ଆଶୀର୍ବାଦ ଢାଳି ଦିଅନ୍ତୁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ, ଦରଦାମ ବୃଦ୍ଧି ଏବଂ ଟିକସରେ ସନ୍ତୁଳି ହେଉଛି ମଧ୍ୟବିତ୍ତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେମାନଙ୍କ ହାତକୁ କିଛି ଟଙ୍କା ବଢ଼ାଇବା ନେଇ ଅନୁମାନ ରହିଛି । ମଧ୍ୟମ ଆୟବର୍ଗଙ୍କୁ ଟିକସ ରିହାତି ମିଳିପାରେ ।

ମୋଦି ୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥମନ୍ତ୍ରୀ ସୀତାରମଣ। ଟିକସ କମାଇ ସେମାନଙ୍କୁ ଖୁସ୍‌ କରିପାରନ୍ତି ବୋଲି ଅନୁମାନ । ନୂଆ ଟିକସ ଢାଞ୍ଚା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବାର୍ଷିକ ଆୟ ଟିକସମୁକ୍ତ ହୋଇପାରେ । ୧୫ରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ଆୟ ପାଇଁ ୨୫%ର ନୂଆ ଟିକସ ସ୍ଲାବ୍‌ ଅଣାଯାଇପାରେ । ଏବେ ଏଥିରେ ୬ଟି ଟିକସ ଥାକ ରହିଛି । ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟରେ ୩୦% ଟିକସ ଲାଗୁଛି । ନୂଆ ଟିକସ ଢାଞ୍ଚା ଅଧୀନରେ ମୂଳ ଟିକସ ଛାଡ଼ ସୀମାକୁ ୩ ଲକ୍ଷ ଟଙ୍କାରୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇପାରେ ବୋଲି ଅନୁମାନ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼