Masthead

ବାରବାଟୀରେ ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆ ମ୍ୟାଚ୍, ଆଜି ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳର ଖେଳା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସୁପର ସଣ୍ଡେରେ ହେବ ସୁପର ଫାଇଟ । ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଆଜି ଭୁବନେଶ୍ବରରେ ପହଞ୍ଚିବେ । ସ୍ବତନ୍ତ୍ର ବିମାନ ବିମାନ ଯୋଗେ ରାତି ୭.୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ଷ୍ଟାଡିୟମ ପର୍ଯ୍ୟନ୍ତ ପୋଲିସର କାରକେଡ ରିହରସାଲ । ଏୟାରପୋର୍ଟରୁ କଡ଼ା ସୁରକ୍ଷାରେ ଯିବେ ମେ’ ଫେୟାର । ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି।

ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ଉଭୟ ଦଳ । ଇଂଲଣ୍ଡ ଖେଳାଳି ଅପରାହ୍ନ ଗୋଟାଏରୁ ୪ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ । ଭାରତୀୟ ଖେଳାଳି ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ । ୯ ତାରିଖରେ ସୁପର ସଣ୍ଡେରେ ହେବ ଦ୍ୱିତୀୟ ମ୍ୟାଚ୍ ।ପ୍ରଥମ ମ୍ୟାଚ ଜିତି ୩ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍। ସେପେଟେ ଉଭୟ ଦଳର ଖେଳାଳି ଓଡ଼ିଶାରେ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ୍ ପୁଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ