ନବଙ୍କ ପରିବାର ନୀରବ…ରହସ୍ୟ କ’ଣ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଥମିବାର ନା ଧରୁନି ପ୍ରାକ୍ତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା । ଚାଲିଛି ରହସ୍ୟ ଖୋଜା । କିଏ ଓ କାହିଁକି କଲା ହତ୍ୟା? ମାଳ ମାଳ ପ୍ରଶ୍ନର ପାହାଡ଼ ଛିଡା । ସିବିଆଇ ତଦନ୍ତ ହେଉ ବୋଲି ସମସ୍ତେ ଚାହୁଛନ୍ତି । ଲିଖିତ ଭାବେ ଦେବକୁ ନବଙ୍କ ପରିବାର କହିବା ଢେର ଦିନ ପରେ ମଧ୍ୟ ନୀରବ । ନବଙ୍କ ଝିଅ ସରକାରଙ୍କୁ ଲେଖିବେ ବୋଲି କହିଥିଲେ ସୁଦ୍ଧା ସେ ଚୁପ୍ । ପୁଣି ନିଜର ମତ ରଖିଲେ ବିଜେପିର ବରିଷ୍ଟ ବିଧାୟକ ଜୟନାରାୟଣ ମିଶ୍ର । ସିବିଆଇ ତଦନ୍ତ ପାଇଁ ପୂର୍ବରୁ ଦାବୀ କରିଥିଲି ଏବେ ବି କରୁଛି । ତଦନ୍ତ ହେଲେ ବଡ ବଡ ମୁଣ୍ଡ ଧରା ପଡିବେ । ନବଙ୍କ ପରିବାରକୁ ଭୟବିତ କରାଯାଉଥାଇ ପାରେ । ତାଙ୍କ ପରିବାରର ବିଜନେସ ଇଣ୍ଟ୍ରେଷ୍ଟ ରହିଛି । ଅନ୍ୟ କଣ ସବୁ ଇଣ୍ଟରେଷ୍ଟ ପାଇଁ ଚୁପ ରହିଥାଇପାରନ୍ତି କହିଛନ୍ତି ଜୟନାରାୟଣ ।

ନବଙ୍କୁ ନ୍ୟାୟ ଦେବା ପାଇଁ ଲାଗିପଡିଛନ୍ତି ଜୟନାରାୟଣ । ହତ୍ୟା ପଛରେ କିଏ । କଣ କାରସାଦି ରହିଛି ସେଥିରେ । ହତ୍ୟାକାଣ୍ଡର ଉଦେ୍ଦଶ୍ୟ କଣ । ସେ ସବୁ ଲୋକ ଜାଣିବାର ଅଧିକାର ରହିଛି । ତଦନ୍ତ ହେଲେ ସବୁ ଜଣାପଡିବ । ନବ ଦାସଙ୍କ ପରିବାର ତରଫରୁ କେହି ବି ବର୍ତ୍ତମାନ ସୁଦ୍ଧା କୋର୍ଟ କି ରାଜ୍ୟ ସରକାରଙ୍କୁ ଲିଖିତ ଜଣାଇଲେ ନାହିଁ । ତାଙ୍କ ପରିବାର ଲେଖି କି ଦେଲେ ସ୍କୋପ ବାହାରନ୍ତା । ନବ ଦାସଙ୍କ ହତ୍ୟାକୁ ଏହାରି ଭିତରେ ଦୁଇବର୍ଷରୁ ଅଧିକ ସମୟ ବିତିଗଲାଣି । ହେଲେ ତାଙ୍କ ହତ୍ୟା ପଛର ରହସ୍ୟ ଉପରୁ ହଟିପାରୁନାହିଁ ପରାଦା । ରାଜନେତା ନ୍ୟାୟ ମାଗୁଛନ୍ତି ନବଙ୍କ ଝିଅ ବି ତଦନ୍ତ ହେବ କହୁଛନ୍ତି କିନ୍ତୁ ଲିଖିତ ଦେବ କିଏ ? ଆଉ କେବେ ହେବ ଉଚ୍ଚସ୍ତରୀୟ ତଦନ୍ତ ତାହା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ