Masthead

ନବଙ୍କ ପରିବାର ନୀରବ…ରହସ୍ୟ କ’ଣ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଥମିବାର ନା ଧରୁନି ପ୍ରାକ୍ତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା । ଚାଲିଛି ରହସ୍ୟ ଖୋଜା । କିଏ ଓ କାହିଁକି କଲା ହତ୍ୟା? ମାଳ ମାଳ ପ୍ରଶ୍ନର ପାହାଡ଼ ଛିଡା । ସିବିଆଇ ତଦନ୍ତ ହେଉ ବୋଲି ସମସ୍ତେ ଚାହୁଛନ୍ତି । ଲିଖିତ ଭାବେ ଦେବକୁ ନବଙ୍କ ପରିବାର କହିବା ଢେର ଦିନ ପରେ ମଧ୍ୟ ନୀରବ । ନବଙ୍କ ଝିଅ ସରକାରଙ୍କୁ ଲେଖିବେ ବୋଲି କହିଥିଲେ ସୁଦ୍ଧା ସେ ଚୁପ୍ । ପୁଣି ନିଜର ମତ ରଖିଲେ ବିଜେପିର ବରିଷ୍ଟ ବିଧାୟକ ଜୟନାରାୟଣ ମିଶ୍ର । ସିବିଆଇ ତଦନ୍ତ ପାଇଁ ପୂର୍ବରୁ ଦାବୀ କରିଥିଲି ଏବେ ବି କରୁଛି । ତଦନ୍ତ ହେଲେ ବଡ ବଡ ମୁଣ୍ଡ ଧରା ପଡିବେ । ନବଙ୍କ ପରିବାରକୁ ଭୟବିତ କରାଯାଉଥାଇ ପାରେ । ତାଙ୍କ ପରିବାରର ବିଜନେସ ଇଣ୍ଟ୍ରେଷ୍ଟ ରହିଛି । ଅନ୍ୟ କଣ ସବୁ ଇଣ୍ଟରେଷ୍ଟ ପାଇଁ ଚୁପ ରହିଥାଇପାରନ୍ତି କହିଛନ୍ତି ଜୟନାରାୟଣ ।

ନବଙ୍କୁ ନ୍ୟାୟ ଦେବା ପାଇଁ ଲାଗିପଡିଛନ୍ତି ଜୟନାରାୟଣ । ହତ୍ୟା ପଛରେ କିଏ । କଣ କାରସାଦି ରହିଛି ସେଥିରେ । ହତ୍ୟାକାଣ୍ଡର ଉଦେ୍ଦଶ୍ୟ କଣ । ସେ ସବୁ ଲୋକ ଜାଣିବାର ଅଧିକାର ରହିଛି । ତଦନ୍ତ ହେଲେ ସବୁ ଜଣାପଡିବ । ନବ ଦାସଙ୍କ ପରିବାର ତରଫରୁ କେହି ବି ବର୍ତ୍ତମାନ ସୁଦ୍ଧା କୋର୍ଟ କି ରାଜ୍ୟ ସରକାରଙ୍କୁ ଲିଖିତ ଜଣାଇଲେ ନାହିଁ । ତାଙ୍କ ପରିବାର ଲେଖି କି ଦେଲେ ସ୍କୋପ ବାହାରନ୍ତା । ନବ ଦାସଙ୍କ ହତ୍ୟାକୁ ଏହାରି ଭିତରେ ଦୁଇବର୍ଷରୁ ଅଧିକ ସମୟ ବିତିଗଲାଣି । ହେଲେ ତାଙ୍କ ହତ୍ୟା ପଛର ରହସ୍ୟ ଉପରୁ ହଟିପାରୁନାହିଁ ପରାଦା । ରାଜନେତା ନ୍ୟାୟ ମାଗୁଛନ୍ତି ନବଙ୍କ ଝିଅ ବି ତଦନ୍ତ ହେବ କହୁଛନ୍ତି କିନ୍ତୁ ଲିଖିତ ଦେବ କିଏ ? ଆଉ କେବେ ହେବ ଉଚ୍ଚସ୍ତରୀୟ ତଦନ୍ତ ତାହା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି