Masthead

ଭିତର କାଠ ନିକଟରେ ପଡ଼ିଲା ରକ୍ତ ଛିଟା, ଶ୍ରୀଜିଉଙ୍କ ବଡ଼ ମହାସ୍ନାନ

ପୁରୀ(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡ଼ିଲା ରକ୍ତ ଛିଟା । ରକ୍ତ ଛିଟା ପଡ଼ିଥିବା ଦେଖି ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି । ବଡ଼ ମହାସ୍ନାନ ନୀତି ପାଇଁ ବନ୍ଦ ରହିଥିଲା ଦର୍ଶନ । ଅବକାଶ ନୀତି ପରେ ଚାଲିଥିଲା ଭିତର କାଠ ଦର୍ଶନ । ଶ୍ରୀମନ୍ଦିର ପରମ୍ପରା ବିଧି ଅନୁସାରେ ଯଦି ଗର୍ଭ ଗୃହ ବା ଭିତର କାଠ ନିକଟରେ ଯଦି ରକ୍ତ ଛିଟା ପଡେ ତେବେ ମହାପ୍ରଭୁଙ୍କ ବଡ ମହାସ୍ନାନ ଅନୁଷ୍ଠିତ ହେବ ।

ଆଜି ଦୈନିକ ନୀତି ସମୟରେ ମହାପ୍ରଭୁଙ୍କ ସେବାୟତ ଭିତରକାଠ ସମ୍ମୁଖରେ ରକ୍ତ ଛିଟା ଦେଖିବାକୁ ପାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ବଡ ମାହାସ୍ନାନ । ନିୟମ ଅନୁସାରେ କିଛି ଘଣ୍ଟା ପାଇଁ ଦର୍ଶନ ବନ୍ଦ ରହିଥିଲା । ବଡ ମହାସ୍ନାନ ପରେ ପୁଣି ସ୍ୱାଭାବିକ ହୋଇଛି ଦର୍ଶନ । ତେବେ ଏହି ରକ୍ତ ଛିଟା ଶ୍ରଦ୍ଧାଳୁ ନା ସେବାୟତଙ୍କ କ୍ଷତ ଯୋଗୁଁ ପଡିଛି ସେ ବିଷୟରେ ଶ୍ରୀମନ୍ଦିର ପ୍ରଶାସନ କିଛି ସୂଚନା ଦେଇନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ