Masthead

ଡରାଉଛି ନିପା ଭାଇରସ ,୨ ସଂକ୍ରମିତ ଚିହ୍ନଟ

ଥିରୁବନ୍ତପୁରମ୍ (ବଡ଼ ଖବର ବ୍ୟୁରୋ :     ମହାମାରୀ କରୋନା ପରେ ଏବେ ଆଉ ଏକ ଭାଇରସ ଲୋକଙ୍କ ଚିନ୍ତା ବଢାଉଛି । ଧିରେ ଧିରେ ଏବେ କାୟା ବିସ୍ତାର କରୁଛି ନିପାହ ଭାଇରସ୍ । ଏହି ଭାଇରସ ଏବେ କେରଳରେ ଆତଙ୍କ ସୃଷ୍ଟି କରିଛି । ନିପା ଭାଇରସରେ କେରଳର ୧୨ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବାବେଳେ ଆଉ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ମଟ ହୋଇଥିବା ୨ ଜଣ ସଂକ୍ରମିତ ମୃତ ନାବାଳକ ସହ ସଂସ୍ପର୍ଶରେ ଆସିଥିବା ନେଇ ଜଣାପଡିଛି ।

ତେବେ ମୃତ ନାବାଳକ ସହ ସଂସ୍ପର୍ଶରେ ଆସିଥିବା ୧୧୮ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଦେହ ଅଧିକ ଗୁରୁତ୍ୱର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭର୍ତ୍ତି ହୋଇଥିବା ୨୦ ଜଣଙ୍କ ଠାରେ ନିପା ଭାଇରସ ଚିହ୍ନଟ ହୋଇଛି । ତେବେ ମୃତ ନାବାଳକ ଜଣଙ୍କ ହେଲେ କୋଝିହୋଡ ଜିଲ୍ଲା ଚୁଲୁର ଗାଁର । ଜ୍ୱର ଲାଗି ରହିବାରୁ ସେପ୍ଟେମ୍ବର ୧ ରେ ତାଙ୍କୁ କୋଝିହୋଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ନାବାଳକର ପ୍ଲାଜମା,ସିଏସଏଫ,ଓ ସେରମରେ ନିପା ଭୂତାଣୁ ଠାବ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ