Before Header

ଡରାଉଛି ନିପା ଭାଇରସ ,୨ ସଂକ୍ରମିତ ଚିହ୍ନଟ

0 29

ଥିରୁବନ୍ତପୁରମ୍ (ବଡ଼ ଖବର ବ୍ୟୁରୋ :     ମହାମାରୀ କରୋନା ପରେ ଏବେ ଆଉ ଏକ ଭାଇରସ ଲୋକଙ୍କ ଚିନ୍ତା ବଢାଉଛି । ଧିରେ ଧିରେ ଏବେ କାୟା ବିସ୍ତାର କରୁଛି ନିପାହ ଭାଇରସ୍ । ଏହି ଭାଇରସ ଏବେ କେରଳରେ ଆତଙ୍କ ସୃଷ୍ଟି କରିଛି । ନିପା ଭାଇରସରେ କେରଳର ୧୨ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବାବେଳେ ଆଉ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ମଟ ହୋଇଥିବା ୨ ଜଣ ସଂକ୍ରମିତ ମୃତ ନାବାଳକ ସହ ସଂସ୍ପର୍ଶରେ ଆସିଥିବା ନେଇ ଜଣାପଡିଛି ।

ତେବେ ମୃତ ନାବାଳକ ସହ ସଂସ୍ପର୍ଶରେ ଆସିଥିବା ୧୧୮ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଦେହ ଅଧିକ ଗୁରୁତ୍ୱର ଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭର୍ତ୍ତି ହୋଇଥିବା ୨୦ ଜଣଙ୍କ ଠାରେ ନିପା ଭାଇରସ ଚିହ୍ନଟ ହୋଇଛି । ତେବେ ମୃତ ନାବାଳକ ଜଣଙ୍କ ହେଲେ କୋଝିହୋଡ ଜିଲ୍ଲା ଚୁଲୁର ଗାଁର । ଜ୍ୱର ଲାଗି ରହିବାରୁ ସେପ୍ଟେମ୍ବର ୧ ରେ ତାଙ୍କୁ କୋଝିହୋଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ନାବାଳକର ପ୍ଲାଜମା,ସିଏସଏଫ,ଓ ସେରମରେ ନିପା ଭୂତାଣୁ ଠାବ ହୋଇଥିଲା ।

 

Leave A Reply

Your email address will not be published.