Masthead

ପାଟଣାଗଡ଼ ବିଜେଡିକୁ ଶକ୍ତ ଧକ୍କା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ବିଜେଡିକୁ ଶକ୍ତ ଧକ୍କା । ବିଜେଡି ଛାଡ଼ିଲେ ୭ ସମିତି ସଭ୍ୟ ଓ ଜଣେ ସରପଞ୍ଚ । ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଜେପିରେ ହେଲେ ସାମିଲ । ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ ଓ ସ୍ବଚ୍ଛ ଭାବମୂର୍ତ୍ତି ଲୋକଙ୍କୁ କରୁଛି ଆକୃଷ୍ଟ । ଏବେ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ନେତା ଓ କର୍ମୀ । କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ତଣ୍ଡ ଗ୍ରାମ ନିକଟସ୍ଥ ଦେଓ ନଦୀ କୂଳ ଠାରେ ଅନୁଷ୍ଠିତ ହୋଇଥିବା ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭାରେ ସାଂସଦ ଅନନ୍ତ ନାୟକ ଓ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ଏବଂ ପୁର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଉପସ୍ଥିତିରେ କପୁଣ୍ଡି ସରପଞ୍ଚ ଅନିତା କୁସୁମୁଳୀଆ ଏଵଂ ବାଇକଳା ସମିତି ସଭ୍ୟ ରଜନୀଗନ୍ଧା ନାଏକ, ଉଦୟପୁର ସମିତି ସଭ୍ୟ ରୀନୁ ମୁଣ୍ଡା, ଗଣ୍ଡବେଡା ସମିତି ସଭ୍ୟ ପଦ୍ମିନୀ ନାଏକ, ସାହାରପଡା ସମିତି ସଭ୍ୟ ନବକିଶୋର ସେଠୀ, ମଲ୍ଲାରପଦା ସମିତି ସଭ୍ୟ ଗୋଜାନନ ନାଏକ, ତେଣ୍ଡରା ସମିତି ସଭ୍ୟ ଲଳିତ ମୁଣ୍ଡା,ଶଙ୍ଖୁଆ ସମିତି ସଭ୍ୟ ଗୀତାଞ୍ଜଳି ଦଣ୍ଡପାଟ, ଗୋରାସ ସମିତି ସଭ୍ୟ ଗୋଲକ ବିହାରୀ ନାଏକ, ଡାଳପକା ସମିତି ସଭ୍ୟ ଦିପକ କୁମାର ମହାନ୍ତ ପ୍ରମୁଖ ବିଜେଡି ଛାଡ଼ି ବିଜେପିରେ ସାମିଲ ହେଇଥିଲେ । ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ନେତା ଓ କର୍ମୀମାନଙ୍କୁ ସ୍ଵାଗତ କରିଛନ୍ତି ସାଂସଦ ଅନନ୍ତ ନାୟକ ଓ ଜିଲ୍ଲା ସଭାପତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା