Masthead

ଯୌତୁକ ନିଆଁରେ ଆଉଜଣେ ମହିଳା

ରାଇରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଯୌତୁକ ନିଆଁରେ ଆଉଜଣେ ମହିଳା । ଦାବି ଥିଲା ୫୦ହଜାର ଟଙ୍କା । ଦେଇ ନ ପାରିବାରୁ ଅତ୍ୟାଚାର ଆରମ୍ଭ କରିଦେଲେ ଶାଶୁଘର ଲୋକେ । ପରେ ତାଙ୍କୁ ମାରି ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ମୁଚିଆନେତ୍ରା ଗାଁରେ । ଯୌତୁକ ପାଇଁ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ସୂଚନା ଅନୁଯାୟୀ ଦେଢ଼ ବର୍ଷ ତଳେ ବିଜାତଳା ବ୍ଲକ ଝାଉଁରୀ ଗାଁର ମଧୁସୂଦନ ମଣ୍ଡଳଙ୍କ ଝିଅ ଦୁର୍ଗା ଗୋରୁମହିଷାଣି ଥାନା ମୁଚିଆନେତ୍ରା ଗାଁର ଦୀପକ ମଣ୍ଡଳଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ୫୦ହଜାର ଟଙ୍କା ସହ ଆସବାବପତ୍ର ଦେଇଥିଲେ ମଧୁସୂଦନ । ତେବେ ଅଧିକ ଯୌତୁକ ଦାବି କରି ଶାଶୁଘର ପକ୍ଷରୁ ଦୁର୍ଗାଙ୍କୁ ନିର୍ଯାତନା ଦିଆଯାଉଥିଲା । ଗୁରୁବାର ଦୁର୍ଗା ବାପଘରକୁ ଫୋନ କରି ନିର୍ଯାତନା ସହିପାରୁ ନ ଥିବା କଥା କହିଥିଲେ । ତେବେ ସନ୍ଧ୍ୟାରେ ସେ ବେକରେ ରଶିରେ ଝୁଲୁଥିବା ଦେଖି ଶାଶୁଘର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ନେଇ ଶାଶୁଘର ଲୋକେ ବାପଘରକୁ ସୂଚନା ଦେଇ ନ ଥିଲେ ବୋଲି ମଧୁସୂଦନ କହିଛନ୍ତି । ତେଣୁ ଦୁର୍ଗାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁର୍ଗା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି । ମାଜଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଶବ ବ୍ୟବଚ୍ଛେଦ କରିବା ସହ ଶାଶୁଘର ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼