ଯୌତୁକ ନିଆଁରେ ଆଉଜଣେ ମହିଳା

ରାଇରଙ୍ଗପୁର (ବଡ଼ ଖବର ବ୍ୟୁରୋ): ଯୌତୁକ ନିଆଁରେ ଆଉଜଣେ ମହିଳା । ଦାବି ଥିଲା ୫୦ହଜାର ଟଙ୍କା । ଦେଇ ନ ପାରିବାରୁ ଅତ୍ୟାଚାର ଆରମ୍ଭ କରିଦେଲେ ଶାଶୁଘର ଲୋକେ । ପରେ ତାଙ୍କୁ ମାରି ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ମୁଚିଆନେତ୍ରା ଗାଁରେ । ଯୌତୁକ ପାଇଁ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା । ସୂଚନା ଅନୁଯାୟୀ ଦେଢ଼ ବର୍ଷ ତଳେ ବିଜାତଳା ବ୍ଲକ ଝାଉଁରୀ ଗାଁର ମଧୁସୂଦନ ମଣ୍ଡଳଙ୍କ ଝିଅ ଦୁର୍ଗା ଗୋରୁମହିଷାଣି ଥାନା ମୁଚିଆନେତ୍ରା ଗାଁର ଦୀପକ ମଣ୍ଡଳଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ୫୦ହଜାର ଟଙ୍କା ସହ ଆସବାବପତ୍ର ଦେଇଥିଲେ ମଧୁସୂଦନ । ତେବେ ଅଧିକ ଯୌତୁକ ଦାବି କରି ଶାଶୁଘର ପକ୍ଷରୁ ଦୁର୍ଗାଙ୍କୁ ନିର୍ଯାତନା ଦିଆଯାଉଥିଲା । ଗୁରୁବାର ଦୁର୍ଗା ବାପଘରକୁ ଫୋନ କରି ନିର୍ଯାତନା ସହିପାରୁ ନ ଥିବା କଥା କହିଥିଲେ । ତେବେ ସନ୍ଧ୍ୟାରେ ସେ ବେକରେ ରଶିରେ ଝୁଲୁଥିବା ଦେଖି ଶାଶୁଘର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ନେଇ ଶାଶୁଘର ଲୋକେ ବାପଘରକୁ ସୂଚନା ଦେଇ ନ ଥିଲେ ବୋଲି ମଧୁସୂଦନ କହିଛନ୍ତି । ତେଣୁ ଦୁର୍ଗାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଦୁର୍ଗା ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି । ମାଜଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଶବ ବ୍ୟବଚ୍ଛେଦ କରିବା ସହ ଶାଶୁଘର ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ