Masthead

ମଣିପୁରରେ ଦମ ଦେଖାଇବେ ସମ୍ବିତ-ସପ୍ତଗିରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣିପୁର ଦାୟିତ୍ୱରେ ଓଡ଼ିିÿଶା ନେତା! ଦୁଇ ଦଳର ଦୁଇ ସାଂସଦ ଲିଭାଇବେ ଭୂମିକା । ବିଜେପିର ପୁରୀ ଏମପି ସମ୍ବିତ ପାତ୍ର, କଂଗ୍ରେସରୁ କୋରାପୁଟ ଏମପି ସପ୍ତଗିରି ଉଲ୍ଲାକା । ଉଭୟଙ୍କ କାନ୍ଧରେ ମଣିପୁର ଭାଗ୍ୟ! ଦଳ ପାଇଁ ଯୋଗାଡ କରିବେ ବଳ । ରାଜ୍ୟରେ ଶାନ୍ତି ଫେରାଇ ଆଣିବାରେ ଦେବେ ଅଗ୍ନି ପରୀକ୍ଷା । ଲାଗିରହିଥିବା ହିସାଂକୁ ପ୍ରଶମିତ କରିବା ତାଙ୍କ ଆଗରେ ବଡ ଚ୍ୟାଲେଞ୍ଜ । ରାଜ୍ୟରେ ସ୍ଥିତି ଅଣାୟତ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ୍ ବିରେନ ସିଂ ।

ମଣିପୁରରେ ଲାଗିଛି ରାଷ୍ଟ୍ରପତି ଶାସନ । ସ୍ଥିତିକୁ ଆୟତକୁ ଆଣିବା ପାଇଁ ଚାଲିଛି ଜୋରଦାର ପ୍ରୟାସ । କିନ୍ତୁ ଏପଟେ ରାଜନୈତିକ ଦଳ ଭିଢିଛନ୍ତି ଅଣ୍ଟା । କେମିତି ରାଜ୍ୟବାସୀ ଶାନ୍ତି ପ୍ରିୟ ରାଜ୍ୟ ଫେରି ପାଇବେ ସେଥିପାଇଁ କରୁଛନ୍ତି ମାନସମନ୍ଥନ । ନିଜ ଦଳର ହେବିୱେଟ ନେତାଙ୍କୁ ପଠାଇଛନ୍ତି ମଣିପୁର । ଦଳ କଥା ବୁଝିବା ସହ ରାଜ୍ୟବାସୀଙ୍କ ସାଥ ଦେବା ପାଇଁ କରିବେ ଉଦ୍ୟମ । ନିଜର ବୁଦ୍ଧି ଓ ବଳ ଲଗାଇ ଦେବେ । ବିଜେପି ସମ୍ବିତ ପାତ୍ରଙ୍କୁ ଦାୟିତ୍ୱ ଦେଇ ମଣିପୁର ପଠାଇଛି । ଖାଲି ସେତିକି ନୁହେଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆକଳନ କରିଛନ୍ତି କେନ୍ଦ୍ର ସରକାର । ଯୋଗାଇଦେଇଛନ୍ତି ଉଚ୍ଚସ୍ତରୀୟ ସୁରକ୍ଷା । ସମ୍ବିତ ମଧ୍ୟ ରାଜ୍ୟକୁ ଗସ୍ତ କରି ଘନଘନ ବୈଠକ ନେଉଛନ୍ତି ।

କାହିଁକି ସେଠି ଏମିତି ସ୍ଥିତି ଘଟିଲା । କେଉଁଠି ରହିଲା ଭୁଲ? ତାହାର କରୁଛନ୍ତି ରିପୋର୍ଟ ପ୍ରସ୍ତୁତ! ତା ସହ ବିଜେପିର ନେତାଙ୍କୁ ନେଇ ଦଳର ସ୍ଥିତି ସମ୍ପର୍କରେ ଜୋରଦାର କରିଛନ୍ତି ରଣନୀତି ପ୍ରସ୍ତୁତ କରୁଥିବା ବେଳେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ଦାୟିତ୍ୱ ମିଳିବା କ୍ଷଣି ନିଜର ଚଳାଇଥିଲେ ଗୋଟି ଚାଳନା । କେମିତି ରାଜ୍ୟବାସୀଙ୍କୁ ଶାନ୍ତି ପ୍ରିୟ ରାଜ୍ୟ ଫେରାଇ ପାରିବେ । ମଣିପୁର ବାସୀଙ୍କ ହୃଦୟ ଜିଣିପାରିବ କଂଗ୍ରେସ ସେଥିପାଇଁ ଉଦ୍ୟମ ଜୋରଦାର କରିଛନ୍ତି । ମଣିପୁରକୁ ନେଇ ଉଠୁଛି ପଡୁଛି ଦେଶ । କାହିଁକି ରାଜ୍ୟରେ ଏପରି ସ୍ଥିତି । କିଏ ଏଥିପାଇଁ ରହିବ ଦାୟୀ । ତାକୁ ନେଇ ଚାଲିଛି ଜୋରଦାର ପ୍ରତିବାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା