Masthead

ମାଟିରେ ମିଶିଲା ୩ ଆତଙ୍କବାଦୀଙ୍କ ଘର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଉ ୩ ଆତଙ୍କବାଦୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ । କାଶ୍ମୀରରେ ମାଟିରେ ମିଶିଲା ଆଉ ୩ ଆତଙ୍କବାଦୀଙ୍କ ଘର । ସୋପିଆନ ଓ ପୁଲୱାମାରେ ୩ ଲସ୍କର ଆତଙ୍କୀଙ୍କ ଘର ମାଟିରେ ମିଶିଲା । ପହଲଗାମ ହମଲା ପରେ ଆତଙ୍କବାଦୀଙ୍କ ବିରୋଧରେ ଆକ୍ସନ । ଗତକାଲି ୨ ଆତଙ୍କୀର ଘର ଉଡ଼ାଇଥିଲେ ସୁରକ୍ଷାକର୍ମୀ । ଆକ୍ରମଣରେ ସମ୍ପୃକ୍ତି ଥିବା ଜମ୍ମୁକାଶ୍ମୀରର ଆତଙ୍କୀଙ୍କ ଠିକଣା ଖୋଜି ଖୋଜି ସେମାନଙ୍କ ଘର ଉଡାଉଛି ଭାରତୀୟ ସେନା । ଆତଙ୍କୀ ଲିଙ୍କ ଥିବା ଅଭିଯୋଗ ଆସିବା ପରେ ସାଙ୍ଗେ ସାଙ୍ଗେ କାର୍ୟ୍ୟାନୁଷ୍ଠାନ ନେଉଛନ୍ତି ଯବାନ । ଆଜି ଆଉ ୩ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛି । ଘାଟିରେ ସକ୍ରିୟ ଆତଙ୍କବାଦୀଙ୍କ ଘରକୁ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ଭାରତୀୟ ସେନା । ଏହସାନ ଅହମ୍ମଦ ଶେଖ୍, ସାହିଦ ଅହମ୍ମଦ କୁଟ୍ଟେ ଓ ଜାକିର ଗନୀର ଘରକୁ ମାଟିରେ ମିଶାଇ ଦିଆଯାଇଛି ।

ଜୁନ୍ ୨୦୨୩ରୁ ଲସ୍କରରେ ସକ୍ରିୟ କ୍ୟାଡର ଏହସାନ ଅହମ୍ମଦର ଦୁଇ ମହଲା କୋଠା ଭାଙ୍ଗି ଦିଆଯାଇଛି । ସେହିପରି ସାହିଦ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କରରେ ସାମିଲ ହୋଇଥିଲା । ଆଇଇଡି ବିସ୍ଫୋରଣରେ ୩ ଆତଙ୍କବାଦୀଙ୍କ ଘରକୁ ଉଡାଇ ଦିଆଯାଇଛି । ପୁଲୱାମା, ସୋପିଆନ୍, କୁଲଗାମରେ ଆତଙ୍କୀ ଘର ଧୂଳିସାତ୍ କରାଯାଇଥିବା ବେଳେ ଗତକାଲି ୨ ଆତଙ୍କୀଙ୍କ ଘର ଭାଙ୍ଗିଥିଲେ ସୁରକ୍ଷାକର୍ମୀ । ଆତଙ୍କବାଦୀ ଆଦିଲ ହୁସେନ ଥୋକର ଏବଂ ଆତଙ୍କବାଦୀ ଆଶିଫ ଶେଖ୍ ର ଘରକୁ ବି ଭାଙ୍ଗିଥିଲେ ସୁରକ୍ଷାକର୍ମୀ । ବିଜବେହରା ଏବଂ ତ୍ରାଲରେ ଥିବା ଘରକୁ ଭାଙ୍ଗିଥିଲେ ସୁରକ୍ଷାକର୍ମୀ । ସେପଟେ ସେନା ପକ୍ଷରୁ କାଶ୍ମୀରରେ ଘରକୁ ଘର ବୁଲି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ