Masthead

ସ୍ୱାମୀ ସାଜିଲା ସୈତାନ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ କଟୁରୀରେ କଲା ମରଣାନ୍ତକ ଆକ୍ରମଣ । ଘରୋଇ ଅର୍ଥ ଲଗାଣ କାରି ସଂସ୍ଥାରୁ ସ୍ତ୍ରୀ ଅର୍ଥ ନଆଣିବାରୁ ସ୍ତ୍ରୀକୁ କଟୁରୀରେ କଲା ଆକ୍ରମଣ । ସ୍ତ୍ରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ତିହିଡି ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବଜାରପୁର ପଂଚାୟତ ବାଲିଆପାଳ ଗ୍ରାମରେ।

ସୂଚନା ମୁତାବକ ଖଗେଶ୍ୱର ନାଉରି ସ୍ତ୍ରୀ ପବିତ୍ରା ନାଉରିକୁ ଦୀର୍ଘ ବର୍ଷ ହେବ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିଲେ । ଏ ନେଇ ଅନେକ ଥର ଭଦ୍ର ଲୋକଙ୍କ ମାଧ୍ୟମରେ ସମାଧାନ କରାଯାଇ ଥିଲା। ଆଜି ସକାଳ ସମୟରେ କୌଣସି କାରଣକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ସ୍ୱାମୀ ଖଗେଶ୍ୱର ଉତ୍ତ୍ୟକ୍ତ ହୋଇ ସ୍ତ୍ରୀ ପବିତ୍ରାକୁ ଏକ କଟୁରୀ ସାହାଯ୍ୟ ରେ ମୁଣ୍ଡ, ବେକ ଏବଂ ହାତକୁ ଆକ୍ରମଣ କରିଥିଲେ।

ଖବର ପାଇ ଗ୍ରାମବାସୀ ପହଂଚି ଯିବାରୁ ସ୍ୱାମି ଖଗେଶ୍ୱର କଟୁରୀ ଧରି ଗ୍ରାମବାସୀମାନଙ୍କୁ ଆକ୍ରମଣ କରିବାକୁ ଧମକ ଦେଇ ଦୌଡ଼ି ପଳାଇ ଯାଇଥିଲା। ସ୍ତ୍ରୀ କୁ ରକ୍ତ ଜୁଡୁବୁଡୁ ଅବସ୍ଥା ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତିହିଡି ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିବା ନେଇ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା