Masthead

୪୦୦ ଲିଟର ଦେଶୀମଦ ଜବତ: ୨ ଗିରଫ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଚୋରା ଦେଶୀମଦ ଯୋଗାଉଥିବା ଦୁଇ ବେପାରୀଙ୍କୁ ଆଜି ସନ୍ଧ୍ୟାରେ ବାରଙ୍ଗ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଠଗଡ଼ ଅଞ୍ଚଳର ବିଷ୍ଣୁ ପ୍ରସାଦ ବେହେରା ଓ ସଞ୍ଜିତ ସାହୁ। ସୂଚନା ଅନୁସାରେ, ପ୍ରତ୍ୟେକ ଦିନ ଆଠଗଡ଼ ଅଞ୍ଚଳରୁ ମୁଣ୍ଡୁଳୀ-ପୁରୀ ମୁଖ୍ୟ କେନାଲ ରାସ୍ତା ଦେଇ ବାରଙ୍ଗ ଓ ଭୁବନେଶ୍ୱର ଅଞ୍ଚଳକୁ ଚୋରା ଦେଶୀମଦ ଚାଲାଣ ହୋଇଥାଏ। ଆଜି ୧୪ଟି ବଡ଼ ବ୍ଲାଡର ଏବଂ ଗୋଟିଏ ବଡ଼ ଜାରିକିନରେ ପ୍ରାୟ ୪୦୦ଲିଟର ଦେଶୀମଦ ନେଇ ଏମାନେ ବାରଙ୍ଗ ଅଭିମୁଖେ ଆସୁଥିବା ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତ ଜାଣିବାକୁ ପାଇଥିଲା। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଗୋଡ଼ିସାହି କେନାଲ ବନ୍ଧ ରାସ୍ତାରେ ଜଗି ବସିଥିଲା। ସନ୍ଧ୍ୟା ୭.୪୫ରେ ସେମାନେ ଏକ ମାରୁତି ୱାଗନଆର କାର (ନଂ-ଓଆର୦୫-ଏଏ୮୭୭୯) ଯୋଗେ ମଦକୁ ଧରି ଆସୁଥିବା ବେଳେ ପୋଲିସ ମାଡ଼ି ବସିଥିଲା। ଏହି ସମୟରେ କାରର ବସିଥିବା ବିଷ୍ଣୁ ଓ ସଞ୍ଜିତ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ହାତରେ ଧରାପଡ଼ିଥିଲେ। ଏମାନଙ୍କୁ ଥାନାକୁ ଅଣାଯାଇଛି। ଏମାନେ ବ୍ୟବହାର କରୁଥିବା କାର, ମଦ ଜବତ କରାଯାଇଛି। ଅବକାରୀ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ପୋଲିସ। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବା। ତେବେ ଏତେ ପରିମାଣର ମଦ ସେମାନେ ଭୁବନେଶ୍ୱରର କେଉଁ ଅଞ୍ଚଳକୁ ଯୋଗାଉଥିଲେ ତାହା ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ