ମୋହନ ସରକାରଙ୍କୁ ପୂରିଲା ବର୍ଷେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜିକୁ ଠିକ୍ ବର୍ଷେ ତଳେ ଓଡ଼ିଶା ଦେଖିଥିଲା ନୂଆ ସରକାର ।୨୪ ବର୍ଷର ବିଜେଡି ସରକାରକୁ ହରାଇ ଥିଲା ବିଜେପି । ୨୦୨୪ ଜୁନ ୧୨ ତାରିଖ ଆଜିର ଦିନରେ ଶପଥ ନେଇଥିଲା ବିଜେପି ସରକାର । ସେପଟେ ବର୍ଷ ପୂର୍ତ୍ତି ପୂର୍ବରୁ ରିପୋର୍ଟ କାର୍ଡ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିରୁ କିଛି ପୂରଣ କରିଛନ୍ତି ମେହାନ ସରକାର । ସରକାର ଗଠନ ହେବାର ପ୍ରଥମ ଦିନରେ କ୍ୟାବିନେଟ ବୈଠକ ଡାକି ୪ ଯୋଜନା ଉପରେ ମୋହ ମାରିଥିଷଲ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କ୍ୟାବିନେଟ ବୈଠକରେ ପ୍ରଥମେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନିଷ୍ପତ୍ତି ନେଇଥିଲେ ମୋହନ ସରକାର । ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାରି ଭିତରେ ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ମହିଳାଙ୍କୁ ୧୦ ହଜାର ଲେଖାଏ ଦିଆସରିଛି ।

ଚାଷୀଙ୍କ ପାଇଁ ଧାନର ଏମଏସପି ଉପରେ ୮୦୦ ଟଙ୍କା ବୋନୋସ, ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କୁ ୩୫୦୦ଟଙ୍କା ଭତ୍ତା ମଳିଥିବା ବେଳେ ୮୦ ବର୍ଷରୁ ଉଦ୍ଧ୍ୱର୍ ଓ ଭିନ୍ନକ୍ଷମ ହିତାଧିକାରଙ୍କୁ ୩୫୦୦ ଭତ୍ତା ଦେଇଛନ୍ତି ସରକାର । ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଛି। ୧୭ ଲକ୍ଷ ଲକ୍ଷପତି ଦିଦି ତିଆରି କରିବା ସହ ପ୍ରଥମ ବର୍ଷରେ ୯ଟି ନିଯୁକ୍ତି ମେଳାରେ ୨୮ ହଜାର ଖାଲି ଥିବା ସରକାରୀ ପଦବି ପୂରଣ ହୋଇଛି। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡିଶା କାର୍ୟ୍ୟକ୍ରମରେ ୧୭ ଲକ୍ଷ କୋଟି ନିବେଶ ପାଇଁ ଆଗ୍ରହ, ଆଉ ସେଥିରୁ ୧୩ ଲକ୍ଷ କୋଟି ନିବେଶ ପାଇଁ ଗଙଟ ସରକାରଙ୍କ ବଡ଼ ସଫଳତା। ୧୨୫ ଦିନ ଭିତରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଓଡିଶାରେ ପ୍ରତି ଜିଲ୍ଲାରେ ଦୌଡିବ ଶିଳ୍ପ। ୨୦୩୬ ସୁଦ୍ଧା ଓଡିଶାର ଅର୍ଥନୀତିକୁ ୫୦୦ ବିଲିୟନ ଡଲାର ଛୁଇଁବ ବୋଲି ଆଶା ରଖାଯାଇଛି ଏବଂ ୨୦୪୭ ସୁଦ୍ଧା ଏହା ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଆସନ୍ତା ୨୦ରେ ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରାଯିବ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!