Masthead

ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ

ଯାଜପୁର (ବଡ଼ ବଖର ବ୍ୟୁରୋ): ରାଜ୍ୟରେ କାୟା ମେଲାଉଛି ଡାଇରିଆ । କଲେରାରେ ମଧ୍ୟ ଆକ୍ରାନ୍ତ ହେଲେଣି ଲୋକେ । ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପିଗଲାଣି ରୋଗ । ହସ୍ପିଟାଲରେ ଆକ୍ରାନ୍ତଙ୍କ ଲମ୍ବା ଲାଇନ । ଏହାରି ଭିତରେ ୯ ଜଣଙ୍କ ଜୀବନ ଗଲାଣି । କାହିଁକି ବ୍ୟାପିଲା ଡାଇରିଆ? ଲୋକଙ୍କୁ କଲେରା ଗ୍ରାସ କରିବାର କାରଣ କ’ଣ? ଏନେଇ ନା ଜିଲ୍ଲା ପ୍ରଶାସନ ପାଖରେ ଖବର ଅଛି ନା ସ୍ୱାସ୍ଥ୍ୟ ବିଭାଗ ଜାଣିପାରିଛି? ସପ୍ତାହେ ପରେ ମଧ୍ୟ ପ୍ରକୃତ କାରଣ ଜଣାପଡ଼ିନାହିଁ । ସଚେତନ ଓ କିଛି ପ୍ରାଥମିକ ଚିକିତ୍ସା ଲାଗି ଯଦିଓ ଡାକ୍ତରୀ ଟିମ୍ ପହଂଚିଛନ୍ତି, ହେଲେ ତାହା ସମୁଦ୍ରକୁ ଶଙ୍ଖେ ।

ପ୍ରକୃତରେ ଡାଇରିଆ ମୁକାବିଲା ପାଇଁ ଆମ ପାଖରେ ଜ୍ଞାନକୌଶଳ ନାହିଁ କି? କାହିଁକି ଡାଇରିଆକୁ ଦମନ କରାଯାଇନାରୁନାହିଁ? କେତେ ଲୋକ ମଲେ ଜିଲ୍ଲା ପ୍ରଶାସନ ଚେତିବ? କିଛି କଟକଣା କରି ଡାଇରିଆ ଓ କଲେରା ଭଳି ମାରାତ୍ମକ ରୋଗକୁ ରୋକିପାରିବା କି? ଅତି ସମ୍ବେଦନଶୀଳ ଖବରକୁ ଅତି ହାଲକାରେ ନିଆଯାଉଛି କି? ଆମେ ଜାଣିଛେ ଡାଇରିଆ ହେଉ ଅବା କଲେରା । ଏହା କେତେ ମାରାତ୍ମକ । ଡାଇରିଆ ହେଉ ଅବା କଲେରା ଯଦି ଏହାକୁ ହେୟଜ୍ଞାନ କରିବା ତାହେଲେ ବ୍ୟାପିବା ପରେ ରୋକିବା କଷ୍ଟକର ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ