Masthead

ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ହେବ ମହାନଗରନିଗମ । ପୁରୀ ପୌରପାଳିକାକୁ ମହାନଗରନିଗମରେ ପରିଣତ କରିବାକୁ ନିଷ୍ପତ୍ତି । ପୁରୀକୁ ନୂଆ ଢ଼ାଞ୍ଚାରେ ପରିଣତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଘୋଷଣା କରିଛନ୍ତି । ପୁରୀ ସହର ସହ ଆଖାପାଖି ପଞ୍ଚାୟତକୁ ନେଇ ମହାନଗରନିଗମରେ ପରିଣତ ହେବ । କ୍ରମବର୍ଦ୍ଧିତ ଜନସଂଖ୍ୟା ଓ ବହୁ ସଂଖ୍ୟାଙ୍କ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତ୍ୟକ ଦିନ ଲକ୍ଷ ଲକ୍ଷ ଭକ୍ତ ଜଗନ୍ନାଥ ଦର୍ଶନ ନିମନ୍ତେ ଆସୁଥିବା ବେଳେ ଭକ୍ତ ମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଚାରଟି ଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ହେଉଛି ଅନ୍ୟତମ । ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ପୁରୀରେ ଏକ ବିଶ୍ୱ ସ୍ତରୀୟ ସଂଗ୍ରହାଳୟ, ପାଠ୍ୟଗାରା, ଗବେଷଣା କେନ୍ଦ୍ର ସହ ଶ୍ରୀ ଜଗନ୍ନାଥ ମ୍ୟୁଜିଅମ ନିର୍ମାଣ ହେବ ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ପରିସର ମଧ୍ୟରେ ମ୍ୟୁଜିଅମ, ଗବେଷଣା କେନ୍ଦ୍ର ଓ ପାଠ୍ୟଗାରା ରହିବା ନେଇ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ଏଥିସହିତ ପରିସର ମଧ୍ୟରେ ୩୦୦ ଆସନ ବିଶିଷ୍ଟ ଅଡ଼ିଟୋରିୟମ ପ୍ରତିଷ୍ଠା କରାଯିବ । ଏହି ଅଡ଼ିଟୋରିୟମରେ ପ୍ରତ୍ୟକ ଦିନ ‘ଲାଇଟ ଏବଂ ସାଉଣ୍ଟ ସୋ’ ପ୍ରତିଷ୍ଠିତ ହେବ । ଏଥିସହ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ପ୍ରତିଷ୍ଠିତ ହେବ । ଏହି ରଙ୍ଗମଞ୍ଚରେ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣା କରାଯିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୩୬ ସୁଦ୍ଧା ପୁରୀ ହେବ ସୁନ୍ଦର, ସବୁଜ ଓ ବିକଶିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ 🔴 ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ 🔴 ‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’ 🔴 ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ… 🔴 ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀ-ନୃସିଂହ ବେଶ 🔴 ଖସିଲା ରାତି ତାପମାତ୍ରା, ବଢ଼ିବ ଶୀତ ପ୍ରକୋପ 🔴 ପଦ୍ମ ଧରିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ 🔴 ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ 🔴 ପୁଣି ଖଟିଆରେ ବୁହା ଗର୍ଭବତୀ 🔴 ଭୟଙ୍କର ଦୁର୍ଘଟଣା, ୧୭ ମୃତ୍ୟୁ 🔴 ବିଜେପିରେ ମିଶିପାରନ୍ତି ଅମର ପଟ୍ଟନାୟକ