Masthead

ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌ 

କେନ୍ଦୁଝର (ବଡ଼ ଖବର ବ୍ୟୁରୋ):  ବିଜେଡି ନେତା ରାଜା ଚକ୍ରଙ୍କୁ ମିଳିଲା ଅନ୍ତରୀଣ ଜାମିନ୍‌  । ସଦର ଥାନାର ଗୋଟିଏ ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍‌ ।  ୧୫ ଦିନିଆ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ଦେଲେ ଜିଲ୍ଲା ଦୌରାଜଜ୍‌  ।  ଶ୍ବଶୁରଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ଅନ୍ତରୀଣ ଜାମିନ୍‌  ମିଳିଛି ।  ଗତ ମାର୍ଚ୍ଚ ମାସରୁ ଗିରଫ ହୋଇ ବାଲେଶ୍ୱର ଜେଲ୍‌ରେ ରହିଥିବାବେଳେ ପରେ ପୁଣି ତାଙ୍କ ନାମରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କେନ୍ଦୁଝରଠାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି ।
ଜାମିନ ଖାରଜ ହୋଇଥିବାରୁ ରାଜା ଏବେ ବାଲେଶ୍ୱର ବିଚାର ବିଭାଗୀୟ ହାଜତରେ ରହୁଛନ୍ତି । ରାଜାଙ୍କ ଶଶୁର କେନ୍ଦୁଝର ପୁରୁଣା ବଜାର ଅଞ୍ଚଳର ଖ୍ୟାତନାମା ଚିତ୍ରଶିଳ୍ପୀ ବିଜୟ ପଟ୍ଟନାୟକ ଗତ ଶୁକ୍ରବାର ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ରାଜା ଏକମାତ୍ର ଜ୍ୱାଇଁ ହୋଇଥିବାରୁ ଦଶାହ କର୍ମରେ ଯୋଗଦେବାକୁ ଅନ୍ତରୀଣ ଜାମିନ ପାଇଁ କେନ୍ଦୁଝର ଏସ୍‌ଡିଜେଏମ୍‌ଙ୍କ ନିକଟରେ ଗତ ଶୁକ୍ରବାର ଆବେଦନ କରିଥିଲେ । ୧୫ ଦିନ  ଜାମିନ ଦେବାକୁ ଅଦାଲତରେ ଆବେଦନ କରାଯାଇଥିବା ବେଳେ ଏସ୍‌ଡିଜେଏମ୍‌ ଜାମିନ  ଆବେଦନକୁ ଖାରଜ କରିଥିଲେ ।
ଫଳରେ ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ପୁଣି ଜାମିନ ଆବେଦନ କରାଯାଇଥିଲା । ଶୁକ୍ରବାର ଉକ୍ତ ଆବେଦନକୁ ଅଦାଲତ ଗ୍ରହଣ କରି ମାମଲାର ଗୁରୁତ୍ୱ ଦୃଷ୍ଟିରୁ ୧୫ ଦିନ ପାଇଁ ରାଜାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜାମିନରେ  ଆସିବା ପରେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ଠିକ୍‌ ସମୟରେ ପୁଣି ଅଦାଲତରେ ଆତ୍ମସମର୍ପଣ କରିବାକୁ ଅଦାଲତ ସର୍ତ୍ତ ରଖିଛନ୍ତି । ରାଜାଙ୍କ ନାମରେ କ୍ରାଇମ୍‌ବ୍ରାଞ୍ଚ ଦ୍ୱାରା ଅଭିଯୁକ୍ତ ଦର୍ଶାଯାଇଥିବା ମାମଲାରେ ଜାମିନ ମିଳିଥିବା ଜଣାପଡ଼ିଛି ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର