Masthead

ବନ ବିଭାଗର ଜାଣତରେ ଚାଲିଛି ବେଧଡକ ଗଛ କଟା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ପାଟଣା ରେଞ୍ଜରେ ବନ ବିଭାଗର ଜାଣତରେ ଚାଲିଛି ବେଧଡକ ଗଛ କଟା । ଗୋଟିଏ ପଟେ କେନ୍ଦୁଝର ବନଖଣ୍ଡରେ ବନ ବିଭାଗ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇପଡିଥିବା ବେଳେ ଅନ୍ୟପଟେ ବନ ବିଭାଗର କର୍ମଚାରୀମାନେ ଏବେ ଲୁଚକାଳି ଖେଳୁଛନ୍ତି । ଭୁଲ କରି ଲୁଚିବା ସହିତ ପ୍ରତିକ୍ରିୟା ଦେଉନାହାନ୍ତି । କିଛିଦିନ ତଳେ ପାଟଣା ବନାଞ୍ଚଳର ଖୁଣ୍ଟିପଡା ଓ ଖୋଜିରାପଶି ଗ୍ରାମ୍ୟ ଜଙ୍ଗଲ ଭିତରୁ ବିନା ଅନୁମତିରେ ୫୦ ରୁ ଅଧିକ ୟୁକାଲ୍ ପଟାସ୍ ଗଛକୁ କାଟୁଥିଲେ ଲୋକେ ।

ଗୋପନରେ ଏହି ଗଛ କଟା ଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପାଟଣା ରେଞ୍ଜ କର୍ମଚାରୀ ପହଞ୍ଚି ଥିଲେ । ହେଲେ ସେଠାରେ କାଠ ମାଫିଆ ତାଙ୍କୁ ଗିରଫ କରିବା ବଦଳରେ ତାଙ୍କ ସହିତ ସଲାସୁତରା କରିବା ପାଇଁ ଚେଷ୍ଟା କରୁଥିଲେ । ଠିକ୍ ସେହି ସମୟରେ ବଡ଼ ଖବର ପ୍ରତିନିଧି ସେଠାରେ ପହଞ୍ଚିବାରୁ ପ୍ରତିନିଧିଙ୍କୁ ଦେଖି ତରବରିଆ ଭାବରେ ବନ ବିଭାଗ ଅଧିକାରୀମାନେ କଟା ଗଛ କାଠକୁ ଜବଜ୍ କରିବା ସହିତ କାଠ ମାଫିଆଙ୍କୁ ରେଞ୍ଜ ଅଫିସକୁ ଆଣିଥିଲେ ।

ପରେ ତାଙ୍କ ସହିତ ଡିଲ କରି କାଠ ମାଫିଆଙ୍କୁ ରେଞ୍ଜ ଅଫିସରେ ଖସାଇଦେଇଥିଲେ । ଏ ସମ୍ପର୍କରେ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେମାନେ ଠିକ୍ ସେ ପ୍ରତିକ୍ରିୟା ନଦେବା ସହିତ ଫୋନକୁ କାଟି ଦେଇଥିଲେ । ତେବେ କାଠ ମାଫିଆଙ୍କ ସହିତ ଡିଲ କରି ଏଭଳି ଅବାଧରେ ଜଙ୍ଗଲ ସଫା କରୁଛନ୍ତି ବୋଧେ ପାଟଣା ରେଞ୍ଜ ବାବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ