Masthead

ଦିଲ୍ଳୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୪ ଦିନିଆ ଦିଲ୍ଳୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସେମିକନ୍ ସମ୍ମିଳନୀ କାର୍ଯ୍ୟକ୍ରରେ ହେବେ ସାମିଲ୍ । ଆସନ୍ତା ୩ ଓ ୪ ତାରିଖରେ ଜିଏସଟି କାଉନସିଲ ବୈଠକରେ ମଧ୍ୟ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସେହିପରି ଦଳର କିଛି ଶୀର୍ଷ ନେତୃତ୍ବଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ । ଆଜି ନୂଆଦିଲ୍ଲୀର ଆଇଆଇସିସିଠାରେ ହେବାକୁ ଥିବା ଜାତୀୟ ସେମିକନ୍ ସମ୍ମିଳନୀରେ କିପରି ଭାରତକୁ ସେମିକଣ୍ଡକ୍ଟର ପାୱାର ହାଉସ୍ କରାଯାଇପାରିବ ସେନେଇ ଶୀର୍ଷସ୍ତରର ବୈଠକ ଅନୁଷ୍ଠିତ ହେବ ।

ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଏଥିସହ କେନ୍ଦ୍ରମନ୍ତ୍ରୀ ଅଶ୍ବୀନି ବୈଷ୍ଣବ ଓ ଜିତିନ ପ୍ରସାଦ ମଧ୍ୟ ଯୋଗ ଦେବେ। ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଥିବାରୁ ଏଥିରେ ସାମିଲ ହୋଇ କିପରି ଓଡ଼ିଶା ଭାଗିଦାରୀ ହୋଇପାରିବ ସେନେଇ ପ୍ରସ୍ତାବ ରଖିପାରେ ଓଡ଼ିଶା । ସେହିପରି ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ